ନିର୍ବାଚନରେ ପରାଜୟର କାରଣ ଖୋଜିବେ ସୋନିଆ ଗାନ୍ଧୀ? କମିଟି ଗଠନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଚାରିଟି ରାଜ୍ୟରେ ଦଳର ପରାଜୟର କାରଣ ଜାଣିବା ପାଇଁ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ଦଳର ସାଧାରଣ ସମ୍ପାଦକ କେ. ସି ଭେନୁଗୋପାଲ ଏହା କହିଛନ୍ତି। 48 ଘଣ୍ଟା ମଧ୍ୟରେ କମିଟି ଗଠନ ହେବ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି ସଭାରେ ଉପସ୍ଥିତ ନଥିଲେ, କାରଣ ସେ ଏବେବି କୋଭିଡରୁ ଆରୋଗ୍ୟ ହୋଇ ବିଶ୍ରାମ ନେଉଛନ୍ତି। ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି, ପ୍ରତ୍ୟେକ ଦିଗକୁ ଦେଖିବା ପାଇଁ ମୁଁ ଏକ ଛୋଟ ପ୍ୟାନେଲ୍ ସ୍ଥାପନ କରିବାକୁ ଚାହୁଁଛି।
ସୋନିଆ କହିଛନ୍ତି ଯେ କେରଳ ଏବଂ ଆସାମର ଶାସକ ଦଳକୁ ହଟାଇବାରେ ଦଳ କାହିଁକି ବିଫଳ ହେଲା ଏବଂ ପଶ୍ଚିମବଙ୍ଗରେ କାହିଁକି ମୂଳ ପୋଛ ହେଲା ସେ ନେଇ ବିସ୍ତୁତ ଭାବରେ ବୁଝିବାକୁ ଚେଷ୍ଟା କରିବେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଆଲୋଚନା ପାଇଁ CWC ବୈଠକ ଡକାଯାଇଥିଲା ଏହି ବୈଠକରେ ସୋନିଆ ଗାନ୍ଥୀ ଦଳର ସୁଧାର ଆବଶ୍ୟକ ବୋଲି କହିଛନ୍ତି।