?????

ଝାରସୁଗୁଡା ଉପନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହେବ ପ୍ରାର୍ଥୀ: ରାଜ୍ୟ ବିଜେପି ସଭାପତି

ଝାରସୁଗୁଡା: ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସଂସଦୀୟ ବୋର୍ଡକୁ ପ୍ରାର୍ଥୀଙ୍କ ନାମ ପଠାସରିଛି । ଖୁବଶୀଘ୍ର ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବ। ନିକଟରେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସମେତ ଦଳର ଅନେକ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି।

ସେ କହିଛନ୍ତି, ନିର୍ବାଚନରେ ଯାହାର ଜିତିବା ସମ୍ଭାବନା ଅଧିକ ତାକୁ ଦଳ ଟିକେଟ ଦେବ। ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଦଳ ନିର୍ବାଚନ ଜିତିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି। ଆଉ ଦଳ ଜିତିବ। ଲୋକଙ୍କର ଏ ସରକାର ପ୍ରତି ବିଶ୍ବାସ ତୁଟି ଗଲାଣି।

ଏହି ଗସ୍ତ ବେଳେ ରାଜ୍ୟ ବିଜେପି ସଭାପତି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରୁଛନ୍ତି। କିଭଳି ରାଜ୍ୟର ଶାସକ ଦଳ ବିଜେଡି ବିରୋଧରେ ରଣନୀତି ହେବ ସେ ନେଇ ପୁଙ୍ଗାନୁପୁଙ୍ଖ ଭାବେ ଆଲୋଚନା ହେଉଥିବା ମନମୋହନ ସାମଲ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!