?????

ଝାରସୁଗୁଡା ସମେତ ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ଅକ୍ଟୋବରରେ ଓଡିଶା ପାଇଁ ବାତ୍ୟାର ମାସ ବୋଲି କୁହାଯାଏ। ଆଉ ଅକ୍ଟୋବରରେ ପ୍ରବେଶ କରୁ କରୁ ଆଂଚଳିକ ପାଣିପାଗ କେନ୍ଦ୍ର ଦୁଇଟି ବାତ୍ୟାର ପୂର୍ବାନୁମାନ କରିଛି । ସେହିପରି ଆସନ୍ତା 24 ଘଣ୍ଟା ମଧ୍ୟରେ 10ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତର ଆଶଙ୍କା ଦେଖାଦେଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ଝାରସୁଗୁଡା, ନବରଙ୍ଗପୁର, ନୂଆପଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଏବଂ ଦେବଗଡ ରହିଛି । ପାଣିପାଗ ବିଭାଗ ଏହି 10ଟି ଜିଲ୍ଲାକୁ ୟେଲୋ ଓ୍ନାର୍ଣ୍ଣିଂ ଜାରି କରିଛି ।

ସେହିପରି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଅକ୍ଟୋବର 8 ରୁ 14 ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ରହିଛି।

ତେବେ ଆଂଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଅକ୍ଟୋବର 2ରୁ 3 ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।

Related Articles

Leave a Reply

Back to top button
error: Content is protected !!