?????

ବାପାଙ୍କ ଅବର୍ତ୍ତମାନରେ ପୁଅ କରୁଛନ୍ତି ସ୍ୱପ୍ନ ପୂରଣ, 10 ଟଙ୍କାରେ ଗରିବଙ୍କ ପେଟକୁ ଯୋଗାଉଛନ୍ତି ଆହାର

ଝାରସୁଗୁଡା: ଭୋକିଲା ମଣିଷକୁ ଗଣ୍ଡେ ଖାଇବାକୁ ଦେବାରେ ଯେଉଁ ପୁଣ୍ୟ ରହିଛି ତାହା ଆଉ କେଉଁଥିରେ ନାହିଁ । ଅର୍ଥାତ୍ ଦୁଃଖୀ ରଙ୍କି କିମ୍ବା ଗରିବଙ୍କ ଉପକାର ଭଗବାନଙ୍କୁ ପୂଜା କରିବା ସହିତ ସମାନ । ଏପରି କିଛି କାମ କରି ମାନବିକତା ବଞ୍ଚାଇ ରଖିବାକୁ ପ୍ରୟାସ କରୁଥିଲେ ଆଉ ସ୍ୱପ୍ନ ଦେଖିଥିଲେ ଝାରସୁଗୁଡା ମଙ୍ଗଳ ବଜାରର କ୍ରିଷ୍ଠା ଲାଲ ଜି ସୋନି । ଏବେ ତାଙ୍କର ଅବର୍ତ୍ତମାନରେ ଦୁଇ ପୁଅ ଅନୁସରଣ କରି ଗରିବଙ୍କ ପାଇଁ 10 ଟଂକାରେ ଯୋଗାଇ ଦେଉଛନ୍ତି ମଧ୍ୟାହ୍ନ ଏବଂ ରାତ୍ରି ଭୋଜନ । ଏଥିପାଇଁ ଦୁଇ ଭାଇ ରମେଶ ସୋନି (67) ଏବଂ ଅଶୋକ ସୋନି (65 ) ବାପାଙ୍କ ନାମରେ ରାମ କ୍ରିଷ୍ଣା ଆହର ନାମକ ହୋଟେଲେ ଖୋଲିଛ ଗରିବଙ୍କୁ ମାତ୍ର 10 ଟଂକାରେ ପେଟକୁ ଦାନା ଯୋଗାଉଛନ୍ତି ।

2014ରେ କ୍ରିଷ୍ଣା ଲାଲ ଜି ସୋନିଙ୍କର ଦେହାନ୍ତ ହୋଇଥିଲା। ଏହାପରେ ବାପାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଦୁଇ ସୁପୁତ୍ର ସୋନି ବ୍ରଦର୍ସ ଆଗେଇ ଆସିଛନ୍ତି। ଉଭୟ ରହୁଖିବା ବାସଭବନର ଗ୍ରାଉଣ୍ଡ ଫ୍ଲୋରକୁ ଏବେ ହୋଟେଲରେ ପରିଣତ କରିଛନ୍ତି। ଏପରି ସେବା ତାଙ୍କ ବାପାଙ୍କ ପାଇଁ ସବୁଠୁ ବଡ ସମ୍ମାନ ହେବ ବୋଲି ସୋନି ବ୍ରଦର୍ସ କହିଛନ୍ତି ।

ସେ କହିଛନ୍ତି, ପ୍ରତିଦିନ ଅଟୋ ଚାଳକ, ଶ୍ରମିକ, ଦିନ ମଜୁରିଆ, ଡ୍ରାଇଭର, ଏବଂ ରିକ୍ସା ଚାଳକଙ୍କ ପାଇଁ ସେ ଏପରି ବ୍ୟବସ୍ଥା କରିଛନ୍ତି। ଯେଉଁମାନଙ୍କର ସାଧାରଣତଃ ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛଳ ନଥାଏ। ଏମାନଙ୍କୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ବାବଦରେ ନିଷ୍ପତ୍ତି ନିଆଯାଇଛି । ଖାଇବାରେ ଭାତ, ରୁଟି, ଡାଲି, ତରକାରୀ ଏବଂ ଆଚାର ବ୍ୟବସ୍ଥା ରହିଛି। ଆଉ ଏହାର ମୂଲ୍ୟ ରହିଛି ମାତ୍ର 10 ଟଂକା। ଆଜିର ଦିନରେ ଯେକୌଣସି ଜିନିଷରେ ହାତ ମାରିବା ମହଙ୍ଗା । ସେତେବେଳେ ସୋନି ବ୍ରଦର୍ସ ମାତ୍ର 10 ଟଂକାରେ ଖାଇବା ଯୋଗାଉଛନ୍ତି।

ଏପରି ସ୍ୱଳ୍ପ ପରିମାଣ ନେବା ଅପେକ୍ଷା ମାଗଣା କାହିଁକି କଲେନି ବୋଲି ପ୍ରଶ୍ନରେ ଦୁଇ ଭାଇ କହିଛନ୍ତି, ଯଦି ମାଗଣା ଦିଆଯିବ ତାହେଲେ ହୁଏତ ଲୋକମାନେ ଖାଦ୍ୟ ଠିକ୍ ଭାବରେ ନଖାଇ ନଷ୍ଟ କରିପାରନ୍ତି । କିନ୍ତୁ ଖାଦ୍ୟର ଦାମ 10 ଟଂକା ହେଲେ ମଧ୍ୟ ଅଭାବୀ ଲୋକ କେବେ ଖାଦ୍ୟ ନଷ୍ଟ କରିବ ନାହିଁ। ଯଦି ମାଗଣା ଖାଦ୍ୟ ଦିଆଯିବ ତାହେଲେ ଭିକାରୀ ସଂଖ୍ୟା ବଢିବ । ଯାହାକି ପରୋକ୍ଷରେ ଭିକାରୀ ସୃଷ୍ଟିକୁ ବଳ ଯୋଗାଇବ । ତେଣୁ ସମ୍ପୂର୍ଣ୍ଣ ଖାଦ୍ୟ ମାଗଣା ଦେବା ଅପେକ୍ଷା ଅଳ୍ପ ଦାମ ନେଇ ଆହାର ଯୋଗାଇବାକୁ ସୋନି ବ୍ରଦର୍ସ ନିଷ୍ପତ୍ତି ନେଇଛନ୍ତି।

ଏବେ ପ୍ରତିଦିନ ଦୁଇ ବେଳେ ଖାଇବାକୁ ମିଶାଇଲେ 120ଟି ପ୍ଲେଟ ବିକ୍ରି କରିବାକୁ ଯୋଜନା ଥିଲା। କିନ୍ତୁ ଏବେ ଏହା ପ୍ରତିଦିନ 300 ପ୍ଲେଟକୁ ବଢିଛି ଏହି ସଂଖ୍ୟା । ଲୋକମାନେ ଏ ବାବଦରେ ଅଧିକରୁ ଅଧିକ ଜାଣିବା ପରେ ପ୍ଲେଟ ସଂଖ୍ୟା ବଢୁଛି ବୋଲି ସୋନମି ଅଶୋକ ସୋନି କହିଛନ୍ତି।

ଜଣେ ନିୟମିତ ଗ୍ରାହକ ସମିତ କୁମାର ଶ କହିଛନ୍ତି, ମୁଁ ପ୍ରତିଦିନ ଏଠାରେ ଖାଉଛି। ଖାଦ୍ୟର ମାନ ବହୁତ ଭଲ ଏବଂ ଶସ୍ତା ମଧ୍ୟ ରହିଛି। ମୋତେ ଭୋକ ମେଣ୍ଟାଇବାକୁ ବଡ ଆକାରର ପଇସା ଖର୍ଚ୍ଚ କରିବାକୁ ପଡୁନି । ଯାହା ମୋ ପାଇଁ ଅଧିକ ଥିଲା । ମୁଁ ଏହି ହୋଟେଲର ମାଲିକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି।

Related Articles

Leave a Reply

Back to top button
error: Content is protected !!