ଘରୋଇ ହସ୍ପିଟାଲକୁ 25 ନୁହେଁ 5% ଟିକା ଦେବାକୁ କେନ୍ଦ୍ର ଆଗରେ ଦାବି ରଖିଲେ ମନ୍ତ୍ରୀ ନବ ଦାସ
ଭୁବନେଶ୍ୱର: ଶନିବାର କେନ୍ଦ୍ର ସରକାରର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଜୁନ୍ 21ରୁ କେନ୍ଦ୍ର ସରକାର ଯେଉଁ 75:25 ଟିକା ଯୋଗାଣ ଅନୁପାତ ରଖିଛନ୍ତି ସେଥିରେ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ନବ ଦାସ। ସେ କହିଛନ୍ତି ଟିକାକରଣ ନେଇ କେନ୍ଦ୍ର ଯେଉଁ ନିୟମ କରିଛି ତାହା ସମସ୍ତ ରାଜ୍ୟ ପାଇଁ ସମାନ ହୋଇପାରିବ ନାହିଁ।
ଓଡ଼ିଶାକୁ ଶତ ପ୍ରତିଶତ ଟିକାକରଣ କରିବାକୁ ହେଲେ କେନ୍ଦ୍ର 75 ପ୍ରତିବଦଳରେ 95 ପ୍ରତିଶତ ଟିକା ଦେଉ। ଘରୋଇ ହସ୍ପଟାଲକୁ 25 ପରିବର୍ତ୍ତେ 5 ଦିଆଯାଉ। ମନ୍ତ୍ରୀ ଏଭଳି ଯୁକ୍ତି ରଖିବାର କାରଣ ହେଲା ରାଜ୍ୟରେ ଏବେ ମୋଟ୍ 7ଟି ଘରୋଇ ହସ୍ପିଟାଲ ରହିଛି। ଅଧିକାଂଶ ସାର୍ବଜନୀନ ଟିକା କେନ୍ଦ୍ରରେ ମାଗଣାରେ ଟିକା ନେଉଛନ୍ତି। ତେଣୁ ଘରୋଇ ହସ୍ପିଟାଲକୁ ଟିକା ଯୋଗାଇବା ଅପେକ୍ଷା ସରକାରୀ ଟିକାକେନ୍ଦ୍ରକୁ ଅଧିକ ଟିକା ଯୋଗାଇବା ଆବଶ୍ୟକ।
ହେଲେ ନବ ଦାସଙ୍କ ଏହି ଯୁକ୍ତି କେତେ ସମୀଚିନ ତାହା ମଧ୍ୟ ଏବେ ବିଚାର କରିବାର ଆବଶ୍ୟକ। କାରଣ ଜୁନ 21ରୁ କେନ୍ଦ୍ର ଟିକାକରଣ କରିବା ପରେ ରାଜ୍ୟରେ ଦୈନିକ ଟିକାକାରଣ ପୂର୍ବ ଅପେକ୍ଷା ବହୁତ ଭଲ ରହିଛି। ଅଧିକାଂଶ ସ୍ଥାନରେ ଥିବା ଟିକା କେନ୍ଦ୍ରର ଏବେ ଖାଲି ରହୁଛି। ସେହିପରି ଯଦି କେନ୍ଦ୍ର ଓଡ଼ିଶା କଥା ମାନିବ ତାହେଲେ ଆଗାମୀ ଦିନରେ ବାକି 27ଟି ରାଜ୍ୟ ଓ 9ଟି କେନ୍ଦ୍ର ଶାସିତ ଅଞ୍ଚଳ ଯେ ନିଜ ନିଜର ସ୍ୱତନ୍ତ୍ର ଦାବି ନରଖିବେ ତାହାର ଗ୍ୟାରେଣ୍ଟି କଣ? ଏମିତି ହେଲେ କେନ୍ଦ୍ରର ଟିକାକରଣ ଯୋଗାଣ ନିୟମ ଆହୁରି ଜଟିଳ ହେବ। ପୁଣି ଆଗାମୀ ଦନିରେ ରାଜ୍ୟ ରାଜ୍ୟ ମଧ୍ୟରେ ପାତର ଅନ୍ତର ଅଭିଯୋଗ ଆସିପାରେ ମୁଖ୍ୟତଃ ଅଣ ବିଜେପି ଶାସିତ ରାଜ୍ୟ ସରକାର ଆଣିପାରନ୍ତି କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ।