?????

କରୋନା ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ସେବାର ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡା: କରୋନାର ଦ୍ଵିତୀୟ ଲହରର ପ୍ରକୋପକୁ ରୋକିବା ପାଇଁ ଅମ୍ଳଜାନର ଅଭାବ ବେଳେ ଘରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତମାନଙ୍କ ପାଇଁ ମାଗଣା ଅମ୍ଳଜାନ ସେବାର ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଉଦଘାଟନ କରି ଶ୍ରୀ ଦାସ କହି ଥିଲେ କି ଏହି ମହାମାରୀ ସହିତ ଲଢ଼ିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ତରଫ ରୁ ଆରମ୍ଭ କରାଯାଇ ଥିବା ଏହି ସେବା ପାଇଁ ସାଧୁବାଦ ଜଣାଇଥିଲେ।

ଟ୍ରଷ୍ଟ ସଭାପତି ଇଂ ଅରବିନ୍ଦ ବାରିକ ସୂଚନା ଦେଇଛନ୍ତି କି ଏହି ସେବା ପାଇଁ ହେଲ୍ପଲାଇନ ନମ୍ବର ଓ ଇନଚାର୍ଜ ମାନଙ୍କର ମୋବାଇଲ ନମ୍ବର ସାର୍ବଜନୀନ କରାଯାଇଛି,ପୁରା 24 ଘଣ୍ଟା ଓ ସପ୍ତାହ ର ସମସ୍ତ ଦିନ ଉପଲବ୍ଧ ରହିବ ଏହି ସେବା ମୁଖ୍ୟତଃ ମହାମାରୀ ସମୟ ରେ ଅମ୍ଳଜାନ ଓ ରକ୍ତ ଅଭାବ କୁ ଦୂର କରିବା ପାଇଁ ଏହା ସହିତ ଆମ୍ବୁଲାନ୍ସ,ଡାକ୍ତର ସହଯୋଗ ,ଆଈ ସି ୟୁ ଓ ନନ ଆଈ ସି ୟୁ ବେଡ଼,ଟୀକାକରଣ ଓ କୋଭିଡ ଟେଷ୍ଟ ଉପଲବ୍ଧି ରେ ମଧ୍ୟ ସାହାର୍ଯ୍ୟ କରିବ।

ଏହି ସେବା କୁ ପ୍ରୟାସ ନାମ ରେ ନାମିତ କରି ଟ୍ରଷ୍ଟ ର ପୂର୍ବତନ ନିର୍ଦେଶକ ଅଶୋକ ମିଶ୍ର ଙ୍କ ଉଦେଶ୍ୟରେ ସମାଜ କୁ ଉତାର୍ଗିକୃତ କରି ତାଙ୍କର ଆତ୍ମା ର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା। ଏଥିରେ ଅଶୋକ ମିଶ୍ର ଙ୍କର ପୁତ୍ର ସିଦ୍ଧାର୍ଥ ମିଶ୍ର ସ୍ବର୍ଗତ ଶ୍ରୀ ମିଶ୍ର ଙ୍କ ସହିତ ବିଭିର୍ଣ୍ଣ କ୍ଷେତ୍ର ରେ ଅଙ୍ଗାଙ୍ଗୀ ଭାବେ ଜଡିତ ଥିବା ତାପସ ରାୟ ଚଉଧୁରୀ, ସନ୍ଦୀପ ଅଗସ୍ତି ଓ ପ୍ରେମ ସିଂ ଥାପ୍ପା ଆଦି ତାଙ୍କର ବକ୍ତବ୍ୟ ରଖିଥିଲେ| ଟ୍ରଷ୍ଟ ତରଫ ରୁ ବିବେକାନନ୍ଦ ମିଶ୍ର , ରାଜେଶ ପାଢ଼ୀ ,ବିଜୟ ସାଇଗଲ ,ଆଭାସ ଦୀକ୍ଷିତ , ସମୀର ରଞ୍ଜନ ଦାସ ଆଲୋକ ଚନ୍ଦ୍ର ପାଣିଗ୍ରାହୀ, ଟିଙ୍କୁ ନାଏକ ,ପ୍ରଶାନ୍ତ ଭଇଶା ,ଶଙ୍କର ସେଠୀ , ଜୟ କୃଷ୍ଣ ବଗାର,ରା଼ଜ଼ ଦାସ ,ରାଜା ଦାସ , ଗୋପାଳ କୃଷ୍ଣ ପଣ୍ଡା ,ଅଭିଜିତ ବାରିକ, ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ।

Related Articles

Leave a Reply

Back to top button
error: Content is protected !!