?????

ଲିଙ୍ଗ ନିରୂପଣ ବାବଦରେ ସୂଚନା ଦେଲେ ୨୫ ହଜାର ଟଙ୍କା ଦେବ ପ୍ରଶାସନ

ଝାରସୁଗୁଡ଼ା: ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟାକୁ ନିଷେଧ କରିବା ଉପରେ ଜୋର ଦେଇଛି ପ୍ରଶାସନ । ତେଣୁ ଲିଙ୍ଗ ନିରୂପଣ ଆଇନକୁ ଜିଲ୍ଲାରେ କଡ଼ାକଡ଼ି ଭାବରେ ପାଳନ କରିବାକୁ ଜିଲ୍ଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ. ବେଟି ପଢ଼ାଓଟ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲାର କୌଣସି ଅଲଟ୍ରା ସାଉଣ୍ଡ୍ କ୍ଲିନିକରେ ଲିଙ୍ଗ ନିରୂପଣ ହେଉଥିଲେ ସେ ସମ୍ପର୍କିତ ସୂଚନା ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଲିଖିତ ଭାବରେ ଜଣାଇବାକୁ ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ବୈଠକରେ ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ସର୍ବ ପ୍ରଥମେ ସୂଚନା ପ୍ରଦାନକାରୀ ବ୍ୟକ୍ତିଙ୍କୁ ପୁରସ୍କାର ରାଶି ବାବଦକୁ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସୂଚନା ପ୍ରଦାନକାରୀଙ୍କ ସୂଚନା ତର୍ଜମା କରାଯାଇ ଏହାର ସତ୍ୟତା ପ୍ରମାଣିତ ହେଲେ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ସୂଚନା ଅଧିକାରୀଙ୍କ ନାମ ଓ ଠିକଣା ସମ୍ପୂର୍ଣ୍ଣ ଭାବରେ ଗୋପନୀୟ ରଖାଯିବ ବୋଲି କୁହାଯାଇଛି।

Related Articles

Leave a Reply

Back to top button
error: Content is protected !!