?????

ଟାଇଁ ଟାଇଁ ଖରାରେ ଭାଜି ହୋଇଗଲା ଝାରସୁଗୁଡା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ହେବା ମାତ୍ରେ ଆରମ୍ଭ ହୋଇଯାଉଛି ପ୍ରବଳ ଖରା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ । ସେପଟେ ରାଜ୍ୟରେ ୧୨ଟି ଉତ୍ତପ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସୋନପୁରରେ ତାପାମାତ୍ରା ୪୩ ଡିଗ୍ରୀ ରହିଛି । ଝାରସୁଗୁଡାରେ ୪୪ ଡିଗ୍ରୀ ରହିଛି ।

ଟିଟିଲାଗଡରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସ ରହିଛି । ସୁନ୍ଦରଗଡରେ ୪୧.୫ ରହିଛି । ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା । ଅନୁଗୁଳରେ ତାପମାତ୍ରା ୪୨.୭ ରହିଛି । ଭବାନୀପାଟଣାରେ ତାପମାତ୍ରା ୪୧.୫ ତାପମାତ୍ରା ରେକର୍ଡ ରହିଛି । ହାରାକୁଦରେ ତାପମାତ୍ରା ୪୦.୩ ରେକର୍ଡ କରାଯାଇଛି । ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହେଉଛି ଝାରସୁଗୁଡା।

ଆଜି ରାଜାରେ ପାଗ ଶୁଖିଲା ରହିବା ସହ ଟାଣ ଖରା ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ୧୬ ତାରିଖରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ତିନିଦିନ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।

Related Articles

Leave a Reply

Back to top button
error: Content is protected !!