?????

ବଢୁଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା, କେତେବେଳେ ଲାଗୁ ହେବ ଲକଡାଉନ କହିଲେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ 21 ତାରିଖ ଦିନ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭାରିଆଂଟ ସଂକ୍ରମିତଙ୍କ ସଂଖ୍ୟା 8 ଛୁଇଁଛି । ସମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ରାଜ୍ୟକୁ ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ 18 ଜଣଙ୍କର ପିଜେଟିଭ ବାହାରିଥିଲା । ଯାହା ମଧ୍ୟରୁ 8 ଜଣ ଓମିକ୍ରନ ଭ୍ୟାରିୟାଣ୍ଟର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି 10 ଜଣଙ୍କର ନେଗେଟିଭ ଆସିଛି। ଏହି ସୂଚନା ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାହେଲା ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ 5 ଜଣ ନାଇଜେରିଆ ଫେରନ୍ତା । ଅନ୍ୟମାନେ ୟୁଏଇ ଏବଂ ଦୁବାଇରୁ ଆସିଥିବା ଜଣାପଡିଛି । ଏହି ସଂକ୍ରମିତ ମାନେ ଯେଉଁ ସବୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କେହି କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ହସ୍ତଗତ ହୋଇନାହିଁ। ତେବେ ଅନ୍ୟରାଜ୍ୟ ତୁଳନାରେ ଓଡିଶାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ ଅଛି ଏବଂ ନିୟନ୍ତ୍ରଣରେ ରହିଛି ବୋଲି ଜଣାପଡିଛି ।

ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ୟୁପି ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ହେଲେ ଓଡିଶାରେ ନାଇଟ କର୍ଫ୍ୟୁ କି ଲକଡ଼ାଉନ ଭଳି କଟକଣାର କିଛି ଆବଶ୍ୟକତା ନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପିଜେଟିଭ ହାର 10 ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେନସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!