?????

ରାତି ପାହିଲେ ଭୋଟ୍ ଗଣତି, ବଢ଼ିଲା ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ

ଝାରସୁଗୁଡ଼ା: ରାତି ପାହିଲେ ଭୋଟ୍ ଗଣତି ହେବ । ଏହା ପୂର୍ବରୁ ରାଜନୈତିକ ଦଳ ମାନେ ନିଜ ନିଜର ଅଙ୍କକଷି ସାରିଛନ୍ତି । ଆଉ ଉଭୟ ଭୋଟର ଏବଂ ପ୍ରାର୍ଥୀ ଫଳାଫଳକୁ ଅପେକ୍ଷା କରିଛନ୍ତି। ଗତକାଲି ସାରା ରାଜ୍ୟରେ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ଭୋଟ୍ ଗଣତି ହୋଇଥିଲା। ଯେଉଁଥିରେ ଝାରସୁଗୁଡ଼ା ଜିଲ୍ଲାର ତିନୋଟି ପୌରାଞ୍ଚଳ ଥିଲା। ବ୍ରଜରାଜନଗର, ବେଲପାହାଡ଼ ଓ ଝାରସୁଗୁଡ଼ା ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବ୍ରଜରାଜନଗରର 76, ଝାରସୁଗୁଡ଼ାର 79 ଓ ବେଲପାହାଡ଼ର 59ଟି ପୌରାଞ୍ଚଳକୁ ମିଶାଇ ମୋଟ୍ 3ଟି ପୌରାଞ୍ଚଳରୁ 214 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଛି। ଝାରସୁଗୁଡ଼ା ପୌରାଞ୍ଚଳରେ 75428 ଭୋଟରଙ୍କ ମଧ୍ୟରୁ 50427 ଭୋଟର ସେମାନଙ୍କ ମତଦାନ କରିଥିଲେ । ଅର୍ଥାତ 66.83 ପ୍ରତିଶତ ରେକର୍ଡ ମତଦାନ ହୋଇଛି। ସେହିପରି ବ୍ରଜରାଜନଗରରେ 58237 ଭୋଟରଙ୍କ ମଧ୍ୟରୁ 39,143 ଜଣ ଭୋଟ ଦେଇଥିବାରୁ ଏଠାରେ ଭୋଟ୍ ପ୍ରତିଶତ 67.21 ରହିଛି । ବେଲପାହାଡ଼ରେ 27087 ଭୋଟରଙ୍କ ମଧ୍ୟରୁ 20347 ଜଣ ମତଦାନ ଦେଇଥିବାରୁ 75.12 ପ୍ରତିଶତ ମତଦାନ ହୋଇଛି। ଜିଲ୍ଲାର ତିନି ପୌରାଞ୍ଚଳ ମଧ୍ୟରୁ ବେଲପାହାଡରେ ସର୍ବାଧିକ ମତଦାନ ହୋଇଛି।

ଗତ ନିର୍ବାଚନରେ ବେଲପାହାଡ଼ ପୌରାଞ୍ଚଳରେ ମୋଟ 19ଟି ଓ୍ୱାର୍ଡରୁ 16ଟି ଓ୍ୱାର୍ଡରେ ବିଜେଡି ଜିତିଥିଲା, ବିଜେପି 2 ଟି ଆସନ ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିଥିଲା। ସେହିଭଳି ବ୍ରଜରାଜନଗର ମ୍ୟୁନିସିପାଲିଟିରେ 23ଟି ଓ୍ୱାର୍ଡ ମଧ୍ୟରୁ ବିଜେଡି 16ଟି ଆସନ ହାସଲ କରିଥିଲା । କଂଗ୍ରେସ 5ଟି ଆସନ ଏବଂ ବିଜେପି ମାତ୍ର 2ଟି ଆସନ ହାସଲ କରିଥିଲା। ତେବେ ଝାରସୁଗୁଡ଼ା ପୌରାଞ୍ଚଳରେ 24ଟି ଓ୍ୱାର୍ଡରୁ ବିଜେଡି 14ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ 10ଟି ଆସନରେ ବିଜୟୀ ହୋଇଥିଲା।

Related Articles

Leave a Reply

Back to top button
error: Content is protected !!