?????

ଦୈନିକ ପଜିଟିଭିଟି ହାର ଖସିଲା ୩.୨୨%କୁ, ଦୈନିକ ନୂଆ ସଂକ୍ରମଣ ୬୦ ହଜାର ତଳେ

ନୂଆଦିଲ୍ଲୀ: ଦେଶରେ ୮୧ ଦିନ ପରେ ଦୈନିକ ନୂଆ କରୋନା ମାମଲା ୬୦ ହଜାର ତଳେ ଆସିଛି । ଶନିବାର ସକାଳ ୯ରୁ ରବିବାର ସକାଳ ୯ ଭିତରେ ଦେଶରେ ୫୮,୪୧୯ଟି ନୂଆ ମାମଲା ଆସିଛି । ଭାରତରେ ଦୈନିକ କୋଭିଡ-୧୯ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି।

ଗତ ୧୩ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୧ ଲକ୍ଷରୁ ତଳେ ରହିଛି । କେନ୍ଦ୍ର ସରକାରଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି। ସକ୍ରିୟ କରୋନା ମାମଲା ମଧ୍ୟ ଭାରତରେ କ୍ରମାଗତ ହ୍ରାସ ପାଇ ଚାଲିଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୭,୨୯,୨୪୩ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୩୦,୭୭୬ ହ୍ରାସ ହୋଇଛି ଏବଂ ଏବେ ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ ମାମଲାର ୨.୪୪% ରହିଛି ।

ଦେଶରେ ଦୈନିକ ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଗତ ୩୮ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭,୬୧୯ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ୨୯ ହଜାର(୨୯,୨୦୦)ରୁ ଅଧିକ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୮୭,୬୬,୦୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୮୭,୬୧୯ ଜଣ ସୁସ୍ଥ ହୋଇଛନ୍ତି । ଏହା ଯୋଗୁ ଦେଶରେ ସୁସ୍ଥତା ହାର ୯୬.୨୭%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ମଧ୍ୟ ପାଉଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହା୍ରସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୩.୪୩% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୩.୨୨% । ଗତ ୧୩ ଦିନ ଧରି ଦୈନିକ ପଜିଟିଭିଟି ହାର ୫% ତଳେ ରହିଛି ।

Related Articles

Leave a Reply

Back to top button
error: Content is protected !!