?????

ଏଣିକି ସ୍ୱଂୟସହାୟକ ଗୋଷ୍ଠୀ ଘରକୁ ଯାଇ ବିଜୁଳି ବିଲ୍ ଆଦାୟ କରିବେ

ଭୁବନେଶ୍ୱର: ଏଣିକି ବିଜୁଳିପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ହେଲେ ଏହା ଗ୍ରାହକଙ୍କ ପାଇଁ ଇଚ୍ଛାଧୀନ ରହିଛି । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ। କିଛି ମିଡ଼ିଲମ୍ୟାନଙ୍କ ଯୋଗୁ ଯେଉଁ ବିଜୁଳି ବିଲ ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଛି ତେଣୁ ରାଜ୍ୟ ସରକାର ଏପରି ସୁବିଧା କରିଛନ୍ତି।

ମଙ୍ଗଳବାର ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକ ବସିଥିଲା। ଏହି  ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀଙ୍କୁ ଡକା ଯାଇଥିଲା। ମୁଖ୍ୟତଃ 3-4ଟି ଦିଗ ଉପରେ ଆଲୋଚନା ହୋଇଥିଲା। ଯେଉଁ ଅଞ୍ଚଳରେ ଠିକ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବ ସେନେଇ ଗୁରୁତ୍ବ ଦିଆଯାଇଥିଲା । କିଛି ମିଡ଼ିଲମ୍ୟାନଙ୍କ ଯୋଗୁ ଯେଉଁ ବିଜୁଳି ବିଲ ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଛି ବୈଠକରେ ହୃଦବୋଧ ହୋଇଥିଲା।

ସେହିପରି ଏଣିକି ଏସଏଚଜି ଦ୍ୱାରା ବିଲ ଆଦାୟ କରିବ କମ୍ପାନୀ। ଘରକୁ ଯାଇ ବିଲ ଆଦାୟ କରିବ ଏସଏଚଜି । ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ।

Related Articles

Leave a Reply

Back to top button
error: Content is protected !!