?????

ନକଲି ମାଓବାଦୀ ଗିରଫ

ଝାରସୁଗୁଡା: ବଡମାଲ ପୁଲିସ ଜଣେ ନକଲି ମାଓବାଦୀକୁ ଗିରଫ କରିଛି । ପେଶାରେ ଇଲେକ୍ରିଟିଆନ ଥିବା ଏହି ବ୍ୟକ୍ତି ଜଣଙ୍କ ନକଲି ମାଓବାଦା ସାଜି ଏକ ଘରୋଇ କମ୍ପାନୀକୁ ଚାନ୍ଦା ମାଗିବା ସହିତ ଏଚଆର ମୁଖ୍ୟଙ୍କୁ ମୃତ୍ୟୁ ଧମକ ଦେଇଥିଲା । ପୁଲିସ ପାଖରେ ଅଭିଯୋଗ ହେବା ପରେ ଏତଲା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ଏବେ ଏହି ନକଲି ମାଓବାଦୀକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ବରଗଡ ବିଜେପୁରର ଯୁଧିଷ୍ଠିର ପଦ୍ମ। ଝାରସୁଗୁଡାର ଏକ ଘରୋଇ କମ୍ପାନୀରେ ଫିଟର ଟେକ୍ନିସିଆନ ଭାବରେ କାମ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଘରୋଇ କମ୍ପାନୀର କର୍ମଚାରୀ ଅବତାର ଖାନଙ୍କୁ ପଶ୍ଚିମ ଓଡ଼ିଶା ମାଓବାଦୀଙ୍କ ଠାରୁ ପ୍ରଥମେ ଏକ ଚିଠି ଆସିଥିଲା। ଏହାପରେ ମୋବାଇଲରୁ କଲ୍ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ତାଙ୍କୁ ଏବଂ ପଶ୍ଚିମ ଓଡିଶାର ସମସ୍ତ କର୍ମଚାରୀଙ୍କୁ ଆର୍ଥିକ ସୁବିଧା ଦେବାକୁ । ୟଦି ନଦେବେ ତାହେଲେ ହତ୍ୟାର ଶିକାର ହେବେ ବୋଲି ଧମକ ଆସିଥିଲା। ଏହାପରେ ଅଭିଯୁକ୍ତ ଜଣଙ୍କ ଘରୋଇ କମ୍ପାନୀର ଏଚଆର ବା ମାନବ ସମ୍ବଳ ମୁଖ୍ୟ ରଣଜିତ ମହାପାତ୍ରଙ୍କୁ ଆଉ ଏକ ଚିଠି ପଠାଇ ପଶ୍ଚିମ ଓଡିଶାର କର୍ମଚାରୀଙ୍କ ପାଇଁ ଆର୍ଥିକ ସୁବିଧା ଦାବି କରିଥିଲେ।

ଗିରଫ ହେବା ପରେ ଅଭିଯୁକ୍ତ ଯୁଧିଷ୍ଠିର ପଦ୍ମା କହିଛନ୍ତି, ମୁଁ ଏହି କମ୍ପାନୀରେ 12 ବର୍ଷ ହେବ କାମ କରିଆସୁଛି। କମ୍ପାନୀର ବାହାର କର୍ମଚାରୀମାନେ ଅଧିକ ଦରମା ପାଉଛନ୍ତି । ସ୍ଥାନୀୟ କର୍ମଚାରୀ କିନ୍ତୁ ଭଲ ଦରମା ପାଉନାହାନ୍ତି। ମୁଁ ଦରମା ମାଗିଥିଲି କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ମୁଁ ଏପରି କାମ କରିଛି ।

ପଶ୍ଚିମ ଓଡିଶା ମାଓବାଦୀ ସଂଗଠନ ନାମରେ ଗୋଟିଏ ଭିଭୋ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ସାମସଙ୍ଗ ମୋବାଇଲରୁ ଫୋନ୍ କଲ କରି ଧମକ ଦେଉଥିଲେ ବୋଲି ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ।

ଝାରସୁଗୁଡା ଥାନା ଅଧିକାରୀ ବିକାଶ ଚନ୍ଦ୍ର ଦାଶ କହିଛନ୍ତି, ମାଓବାଦୀ ନାମରେ ଚିଠି ଏବଂ ଫୋନ୍ କଲ କରିବା ଅଭିଯୋଗରେ ଅଭିଯୁକ୍ତ ଯୁଧିଷ୍ଠିର ପଦ୍ମାଙ୍କୁ ଗିରଫ କରାଯାଇଛି । ବଡମଲ ପୋଲିସ ତାଙ୍କୁ ଗିରଫ କରିଛି। ଯେଉଁ ମୋବାଇଲରୁ ଯୁଧିଷ୍ଠିର ଏପରି ଧମକ ଦେଇଥିଲେ ତାକୁ ଜବତ କରଯାଇଛି।

Related Articles

Leave a Reply

Back to top button
error: Content is protected !!