?????
ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ପ୍ରଭାବିତ, ଗୁରୁବାର ସମାନ ଅବସ୍ଥା ରହିବ କି?
ଝାରସୁଗୁଡା: ରାଜ୍ୟରେ କୋଭିଶିଲ୍ଟ ଟିକାର ଘୋର ଅଭାବ ରହିଛି। ତେଣୁ ମଙ୍ଗଳବାର ପାଖରୁ ବିଭିନ୍ନ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ବୁଧବାର 11ଟି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଚତୁର୍ଥ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଢ଼େଙ୍କନାଳ, ଗଞ୍ଜାମ, ଯାଜପୁର,ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଏବଂ ସୋନପୁରରେ ଟିକାକରଣ ପ୍ରକ୍ରିୟା ଏବେ ବନ୍ଦ ରହିଛି। ଯେହେତୁ ଆଜି କୌଣସି ଟିକା ଆସି ନାହିଁ ତେଣୁ ଗୁରୁବାର ମଧ୍ୟ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହୋଇନପାରେ।
ଜୁନ 21ରୁ କେନ୍ଦ୍ର ସରକାରଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶାରେ ଏପର୍ଯ୍ୟନ୍ତ 1.18 କୋଟିରୁ ଅଧିକ ଟିକା ଦିଆଯାଇଛି। ଜୁନ୍ 23 ପାଖରୁ ପ୍ରତିଦିନ ହାରାହାରି 3 ଲକ୍ଷ ଲୋକ ଟିକା ନେଉଥିଲେ। ମଙ୍ଗଳବାର କିନ୍ତୁ ଏହି ସଂଖ୍ୟା 1.18 ଲକ୍ଷ ରହିଥିଲା। ଜୁନ୍ 21 ପୂର୍ବରୁ ରାଜ୍ୟରେ 1 ଲକ୍ଷରୁ ଅଧିକ ଲୋକ ଟିକା ନେଉଥିଲେ।