?????

ଦୁଇଟି ଇକମୋ ମେସିନ ଲାଗିବ ଏମ୍ସ ହସ୍ପିଟାଲରେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ କର୍ତ୍ତୃପକ୍ଷ ଏକମୋ ମେସିନ ଲଗାଇବା ନେଇ ନେଇ ତତ୍ପରତା ଦେଖାଇଛନ୍ତି। ଏମ୍ସ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସଚିଦାନନ୍ଦ ମହାନ୍ତି କହିଛନ୍ତି ଚଳିତ ମାସ ଶେଷ ବେଳକୁ ଏମ୍ସରେ ଦୁଇଟି ଇକମୋ ମେସିନ ଲାଗିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଯାଇଛି। ପ୍ରାରମ୍ଭିକ ଭାବରେ ଏମ୍ସ ମେଡିକାଲ କଲେଜର ଅଧ୍ୟାପକ ମାନେ ଏହି ମେସିନକୁ ଚଳାଇବେ। ଏଥିପାଇଁ ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛିି। ଆବଶ୍ୟକ ପଦାଧିକାରୀ ନିଯୁକ୍ତ ପାଇଁ ମଧ୍ୟ ପ୍ରକ୍ରିୟା ଚାଲିଛି ବୋଲି ଡାକ୍ତର ସଚିଦାନନ୍ଦ କହିଛନ୍ତି।

ଗତକାଲି ଏସସିବି ବଡ଼ ମେଡିକାଲ କଲେଜ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଇକମୋ ମେସିନ ଲାଗିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇସାରିଛନ୍ତି। ହେଲେ କେବେ ଲାଗିବ ସରକାରଙ୍କ ପକ୍ଷରୁ କୁହାଯାଇନି।

ବିଭିନ୍ନ ରାଜ୍ୟକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନେ ମୋଟ୍ ଖର୍ଚ୍ଚରୁ କେବଳ ଏୟାରଲିଫ୍ଟିଂରେ 30-40 ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରୁଛନ୍ତି। ଏଭଳି ସ୍ଥିତିରେ ଭୁବନେଶ୍ୱର ଏମ୍ସରେ କି ଅନ୍ୟ କୌଣସି ମେଡିକାଲରେ ଏହି ମେସିନ ଲାଗିଲେ ଗୋଟିଏ ରୋଗୀ 30-40 ଲକ୍ଷ ଟଙ୍କା ଅତି କମରେ ଚିକିତ୍ସିତ ହୋଇପାରିବ। ଏଥିସହ ଏହି ମେସିନର ଶୀଘ୍ର ଚିକିତ୍ସା ସୁବିଧା ପାଇପାରିଲେ ଶୀଘ୍ର ଆରୋଗ୍ୟ ହେବାର ସମ୍ଭାବନା ମଧ୍ୟ ରହିଛି।

Related Articles

Leave a Reply

Back to top button
error: Content is protected !!