?????

ମହିଳା ଏବଂ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାରେ ଟୁଇଷ୍ଟ, ନିଖୋଜ ଅଭିଯୁକ୍ତ ସ୍ୱାମୀ ବି ମୃତ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ବୁଧବାର ମା ଓ ଦୁଇ ନାବାଳିକା ଝିଅଙ୍କ ମୃତ୍ୟୁ ଘଟିଥିଲା । ଏହି ତିନି ଜଣଙ୍କ ମୃତ୍ୟୁ ପଛରେ ମୃତ ମହିଳାଙ୍କ ସ୍ୱାମୀ ରହିଥାଇପାରନ୍ତି ବୋଲି ପ୍ରାଥମିକ ଭାବରେ ସନ୍ଦେହ କରାଯାଉଥିଲା। ଏବେ କିନ୍ତୁ ଗୁରୁବାର ଦିନ ମୃତ ମହିଳାଙ୍କ ସ୍ୱାମୀଙ୍କର ମୃତ ଦେହ ଏକ କୂଅରୁ ଉଦ୍ଧାର ହୋଇଛି । ମୃତକ ହେଲେ ନାରାୟଣ ପୋଦାର ବୋଲି ପୋଲିସ ସୂଚନା ଦେଇଛି । ମୃତକ ଜଣଙ୍କ ମୃତ ମହିଳାଙ୍କ ସ୍ୱାମୀ ବୋଲି ପରିବାର ଲୋକେ ଚିହ୍ନଟ କରିଥିବା ପୋଲିସ କହିଛି।

ଏହି ଘଟଣାରେ ମୃତ ମହିଳା ଙ୍କ ଦିଆରକୁ ପୋଲିସ ଅଟକ ରଖିଛି । ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ ଚଳାଇଛି। ବୁଧବାର ମୃତ ମହିଳା ସୋନି ପୋଦାରଙ୍କ ସହିତ ଜଣେ 3 ବର୍ଷ ବୟସର ଏବଂ ଅନ୍ୟ ଜଣେ 5 ବର୍ଷର ଝିଅର ମୃତ ଦେହ ଏକ ଭଡା ଘରୁ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ନାରାୟଣ ଘଟଣାସ୍ଥଳରୁ ନିଖୋଜ ଥିଲା । ଗୁରୁବାର ସକାଳେ କିନ୍ତୁ ପୋଲିସ ନାରାୟଣଙ୍କୁ ତାଙ୍କ ଘର ନିକଟ କୂଅରୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସୋନିଙ୍କ ବେକରେ କିଛି ନଖ ଚିହ୍ନ ଥିବାବେଳେ ପିଲାମାନଙ୍କ ଶରୀରରେ ଆଘାତ ରହିଛି । ଝାରସୁଗୁଡା ପୋଲିସ ନାରାୟଣଙ୍କ ସାନଭାଇ କଳା କାହ୍ନୁ ପୋଦରଙ୍କୁ ପଚରାଉଚରା କରି ଅଟକ ରଖିଛି। ସୋନି ନିକଟରେ ସ୍ଥାନୀୟ ପୁଲିସ ଷ୍ଟେସନରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଥିଲେ।

ଝାରସୁଗୁଡା ପୋଲିସ ଅଧିକାରୀ ବିକାଶ୍ ଚନ୍ଦ୍ର ଦାସ କହିଛନ୍ତି, “ଗତକାଲିଠାରୁ ଆମେ ମୃତକଙ୍କ ସ୍ୱାମୀଙ୍କୁ ଖୋଜୁଥିଲୁ, କିନ୍ତୁ ଗୁରୁବାର ଦିନ କୂଅରୁ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ବୈଜ୍ଞାନିକ ରିପୋର୍ଟ ଯାଞ୍ଚ କରିବା ପରେ ଆମେ ମୃତ୍ୟୁର କାରଣ ରହସ୍ୟ ଜାଣିପାରିବା। ”

Related Articles

Leave a Reply

Back to top button
error: Content is protected !!