?????

କେଉଁ କାରଣରୁ ମନ୍ତ୍ରୀଙ୍କର ମୃତ୍ୟୁ ଘଟିଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଝାରସୁଗୁଡା: ଗୁଳି ମାଡ଼ରେ ହୃତପିଣ୍ଡ ନଷ୍ଟ ହେବାରୁ ନବ ଦାସଙ୍କର ମୃତ୍ୟୁ ଘଟିଛି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏହି ସୂଚନା ଦେଇଛି। ଗତକାଲି ନବ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ ହୋଇଥିଲା ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ। ଏହାପରେ କ୍ରାଇମବ୍ରାଞ୍ଚ ମୃତ୍ୟୁ ପଛର କାରଣ ସ୍ପଷ୍ଟ କରିଛି।

ଉଲ୍ଲେଖଯୋଗ୍ୟ, ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ହତ୍ୟାର ଶିକାର ହୋଇଥିଲେ। ପୋଲିସ ଏଏସ୍ଆସଇ ଗୋପାଳ ଦାସ ତାଙ୍କୁ ଗୁଳି ମାରିଥିଲେ। ଯେଉଁଥିରେ ନବ ଦାସଙ୍କର ମୃତ୍ୟୁ ଘଟିଛି। ନବ ଦାସ ଗୁଳିମାଡର ଶିକାର ହେବା ପରେ ଝାରସୁଗୁଡାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଣଯାଇଥିଲା। ଏହିଠାରେ ତାଙ୍କୁ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ପରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା କ୍ୟାପିଟାଲ ହସ୍ପିଟାଲରେ। ଶବ ବ୍ଯବଚ୍ଛେଦ ବେଳେ ତାଙ୍କର ଭିଡିଓ ରେକର୍ଡିଂ ହୋଇଥିଲା।

 

 

Related Articles

Leave a Reply

Back to top button
error: Content is protected !!