?????

ବନ୍ଦ ହୋଇପଡିଥିବା ବିମାନ ଚାଲୁ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି କଲେ ବିଜେପି ନେତା

ଝାରସୁଗୁଡା: ଜିଲ୍ଲାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବିମାନ ସେବାକୁ ନେଇ ଲାଗିରହିଥିବା ଅସନ୍ତୋଷ ଏବେ କେନ୍ଦ୍ରମନ୍ତ୍ରୀଙ୍କ କାନରେ ପଡିଛି। ରେଙ୍ଗାଲି ବିଧାୟକ ନାଉରୀ ନାୟକ, ସୁନ୍ଦରଗଡ ବିଧାୟକ ଏସ୍ କୁସୁମ୍ ଟେଟେ ଏବଂ ଓଡିଶା ବିଜେପିର ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏକାଠି ହୋଇ ଦିଲ୍ଲାରେ ଏ ପ୍ରସଙ୍ଗରେ ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଛନ୍ତି। ବନ୍ଦ ହୋଇପଡ଼ିଥିବା ବିଭିନ୍ନ ବିମାନ ସେବା ଆରମ୍ଭ ହେଉ ବୋଲି ଦାବି କରିଛନ୍ତି।

ତିନି ଜଣିଆ ସଦସ୍ୟ ମନ୍ତ୍ରୀଙ୍କୁ ଭେଟିବା ବେଳେ କହିଛନ୍ତି, ଭିଏସ୍ଏସ୍ ବିମାନବନ୍ଦର ଉପରେ ତିନୋଟି ରାଜ୍ୟ ନିର୍ଭର କରନ୍ତି। ପଶ୍ଚିମ ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡର ସମସ୍ତ ଲୋକ ଏହି ବିମାନ ବନ୍ଦର ଉପରେ ନିର୍ଭର କରନ୍ତି। ତେଣୁ ଏହି ବିମାନ ବନ୍ଦରରୁ ଚାଲୁଥିବା ସ୍ପାଇସଜେଟ୍ ବିମାନ ଉପରେ ଅଧିକାଂଶ ନିର୍ଭରଶୀଳ। କିନ୍ତୁ ଏବେ ଏହି ବିମାନଗୁଡିକ ବାତିଲ କରାଯାଇଛି କିମ୍ବା ସେବା ବନ୍ଦ କରାଯାଇଛି। ଯେଉଁଥିପାଇଁ ଏହି ବିମାନ ବନ୍ଦର ଉପରେ ନିର୍ଭରଶୀଳ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏଠାରୁ ଦିଲ୍ଲୀ ମଧ୍ୟ ଲଗାତର ବିମାନ ଯାଉନାହିଁ।

ତେଣୁ ଲୋକଙ୍କ ଦାବିକୁ ନଜରରେ ରଖି ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ମୁମ୍ବାଇ, ଦିଲ୍ଲୀ ଭଳି ସ୍ଥାନକୁ ବିମାନ ସେବା ପୁଣିଥରେ ଚାଲୁ କରିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ତିନି ଜଣିଆ ସଦସ୍ୟ। ସେହିପରି ଏହିଠାରୁ ଝାଡଖଣ୍ଡର ରାଞ୍ଚି ଏବଂ କୋରାପୁଟ ଜୟପୁରକୁ ବିମାନ ଯାତ୍ରା ଆରମ୍ଭ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏବେ ସ୍ପାଇସଜେଟ୍ ଏୟାରଲାଇନ୍ସ କେବଳ ଦିଲ୍ଲୀ ପାଇଁ ଉଡାଣ ଭରୁଥିବାବେଳେ ଆଲାଏନ୍ସ ଏୟାର ଭୁବନେଶ୍ୱର ଏବଂ କୋଲକାତା ପାଇଁ ବିମାନ ଚଳାଚଳ କରୁଛି।

Related Articles

Leave a Reply

Back to top button
error: Content is protected !!