?????

ବନ୍ଧୁକ ଦେଖାଇ ଦାଦାବାଟି ମାଗିଲେ ଦୁର୍ବୃତ୍ତ

ଝାରସୁଗୁଡା: ବନ୍ଧବାହାଲରେ ଦୁର୍ବୃତ୍ତଙ୍କ ରାଜ । ବନ୍ଧୁକ ଦେଖାଇ ଦୁବୃତ୍ତ ମାଗିଲେ ୧୦ ଲକ୍ଷ ଟଙ୍କାର ଦାଦାବଟି । ଆଇନ ଶୃଙ୍ଖଳକୁ ନେଇ ପ୍ରଶ୍ନ ଉଠାଇ ସ୍ଥାନୀୟ ଲୋକେ ବନ୍ଧବାହାଲ ଫାଣ୍ଡିରେ ଦୁବୃତଙ୍କ ବିରୋଧରେ ଏତଲା ଦେଇଛନ୍ତି । ୨୧ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଦୁବୃତ୍ତମାନେ ବନ୍ଧବାହାଲର ସାଇ ମେଡିକାଲ ଷ୍ଟୋର, ସାଇ ଡ୍ରେସ ଦୋକାନ, ସାହୁ ଜେନେରାଲ ଷ୍ଟୋର, ହୋଟେଲ ପ୍ରତୀକ ଓ ଆଖପାଖର ଆଉ କିଛି ଦୋକାନରେ ଦୁଇଜଣ ଯୁବକ ପଶି ୧୦ ଲକ୍ଷ ବଟି ମାଗିବା ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଏହି ସମସ୍ତ ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ଯେଉଁ ଦୁଇ ଜଣ ଧମକ ଦେଇଛନ୍ତି ସେମାନେ ହେଲେ ଏମଡି କମାଲ ହୁସେନ ଓ ଗୁଡୁ ସ ବୋଲି ଜଣାପଡିଛି । ବନହରପାଲି ପୋଲିସ, ବନ୍ଧବାହାଲ ଫାଣ୍ଡି ପୋଲିସ ଯୁବକ ଦ୍ୱୟଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ତିଆରି କରିଥିବା ସୂଚନା ରହିଛି ।

 

Related Articles

Leave a Reply

Back to top button
error: Content is protected !!