ଅଧୁରା ରହିଗଲା ଝିଅକୁ ଦେଖିବା, ରାସ୍ତା ମଝିରେ ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର
ଝାରସୁଗୁଡା: ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ସ୍ତ୍ରୀର ମୃତ୍ୟୁ, ସ୍ୱାମୀ ଗୁରୁତର। ମଙ୍ଗଳବାର ବ୍ରଜରାଜନଗରର ଓରିଏଣ୍ଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 49ରେ ଥିବା ଆଜାଦ ପାର୍କ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ 55 ବର୍ଷୀୟ ପ୍ରତିମା ରାଓତ ଓ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା 63 ବର୍ଷୀୟ ତାଙ୍କ ସ୍ୱାମୀ ରମେଶ ରାଉତ। ଉଭୟଙ୍କ ଘର ସନ୍ଦରଗଡ ଜିଲ୍ଲା ରରିଆମାଳର ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଦମ୍ପତି OD -23A2487 ରେଜିଷ୍ଟ୍ରେସନ ଥିବା ଏକ ଦୁଇ ଚକିଆ ଗାଡିରେ ବାନ୍ଧବାହାଳ ଅଭିମୁଖେ ଯାଉଥିଲେ ନିଜ ଝିଅକୁ ଭେଟିବାକୁ। ହେଲେ ଆଜାଦ ପାର୍କ ନିକଟରେ OR 23E 8086 ରେଜିଷ୍ଟ୍ରେସନ ଥିବା ଏକ ଟ୍ରକ ଆସି ଧକ୍କା ଦେଇଥିଲା। ଏହାପରେ ରମେଶ ନିୟନ୍ତ୍ରଣ ହରାଇ ଛିଟକି ହୋଇ ପଡିଥିଲେ। ଆଉ ପ୍ରତିମାଙ୍କ ଉପରେ ଟ୍ରେନ ମାଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଦୁର୍ଘଟଣା ନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଆସିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ସଙ୍ଗେସଙ୍ଗେ ରମେଶଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।