?????
ବ୍ରଜରାଜନଗରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ୍

ବ୍ରଜରାଜନଗର: ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ୍ । ବ୍ରଜରାଜଗରରେ ଏକ୍ସପ୍ରେସ ଟ୍ରେନ୍ ରହଣି ଦାବି କରି ଏହି ରେଳ ରୋକ୍ କରାଯାଇଛି। ବ୍ରଜରାଜନଗର ସିଟିଜେନ ଫୋରମ୍ ଏହି ରେଳ ରୋକ୍ କରିଛି । ଏକ୍ସପ୍ରେସ ଟ୍ରେନ ରହୁନଥିବାରୁ ଏଠିକାର ଲୋକଙ୍କୁ ଝାରସୁଗୁଡା ଷ୍ଟେସନ ଯିବାକୁ ପଡୁଛି। ଯାହାକି ବହୁତ ବାଟ । ତେଣୁ ଲୋକଙ୍କ ସୁବିଧା ପାଇଁ ବ୍ରଜରାଜନଗରରେ ଏକ୍ସପ୍ରେସ ଟ୍ରେନ ରହଣି ଦାବି କରିଛନ୍ତି ଲୋକେ। ସକାଳ 6ଟାରୁ ଆରମ୍ଭ ହୋଇଥିବା ରେଳ ରୋକ୍ ଅନିର୍ଦ୍ଦିଷ୍ଟ କାଳ ଯାଏ ଚାଲିବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଏକ୍ସପ୍ରେସ ଟ୍ରେନ ରହଣି ଦାବି ନେଇ ଏହି ସମୟରେ ଧାରଣା ଦିଆଯାଇଛି ଯେଉଁ ସମୟରେ ଏଠାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ତେଣୁ ବିଜେଡି ଏବଂ ବିଜେପି ନେତା ଏଠାରେ କି ଆଭିମୁଖ୍ୟ ନେଉଛନ୍ତି ଏବଂ ପ୍ରତିବାଦକାରୀଙ୍କୁ କି ବାର୍ତ୍ତା ଦେଉଛନ୍ତି ତାହା ମଧ୍ୟ ମତଦାନ ବେଳେ ଗୋଟିଏ ବଡ କାରଣ ସାଜିପାରେ।