?????

ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ଏହି ସମୟରେ ସମସ୍ତ ଭୋଟର ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ । ଏଥିପାଇଁ 21 ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ। ସେଠି ବି କରି ପାରିବେ। ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ପ୍ରେସମିଟ କରି ଆଜି ଏହା କହିଛନ୍ତି।

କେଉଁ ମାନେ କେଉଁ ଫର୍ମରେ ଆବେଦନ କରିବେ ଫର୍ମ 6 ନାମ ଯୋଡିବା, ଫର୍ମ 7 ନାମ କାଟିବା, ଫର୍ମ 8 ନାମ ସଂଶୋଧନ, ଫର୍ମ 8 A ସ୍ଥାନାନ୍ତର ହୋଇଛନ୍ତି ତେବେ ଏହା କରିବେ । ବିଏଲଓ ମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ଏହି ସଂଶୋଧନ କରି ପାରିବେ । ଉଭୟ ଅନ ଲାଇନ ଓ ଅଫ ଲାଇନ ମାଧମରେ କରି ପାରିବେ । ଭୋଟର ହେଲ୍ପ ଲାଇନକୁ ଯାଇ ଏହି ସଂଶୋଧନ କରି ପାରିବେ । ଏପିକି ନମ୍ବର ସ୍ପୀଡ଼ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦେବାକୁ ଲୋହନୀ ଆହ୍ୱାନ କରିଛନ୍ତି।

କୋଭିଡ କାରଣ ରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା 4 ଲକ୍ଷ 20 ହଜାର ଫର୍ମ ଆସିଛି । ସେ ମଧ୍ୟରୁ 80 ପ୍ରତିଶତ ଆମେ ଅନ ଲାଇନ ଜରିଆରେ ମିଳିଛି । ଗତ ବର୍ଷ ଏହା 8 ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ କରିଛୁ । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଟ କରାଯିବ ବୋଲି ସେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!