୪୪ ଦିନରେ ସବୁଠାରୁ ସର୍ବନିମ୍ନ, ୧.୮୬ ଲକ୍ଷ ଦୈନିକ ସଂକ୍ରମଣ ଚିହ୍ନଟ

0
203

ନୂଆଦିଲ୍ଲୀ: ଭାରତରେ ସକ୍ରିୟ କରୋନା ମାମଲା ଏବେ ୨୩,୪୩,୧୫୨ କୁ ହ୍ରାସ ପାଇଛି । ୨୦୨୧ ମେ ୧୦ରେ କରୋନା ସକ୍ରିୟ ମାମଲା ଶୀର୍ଷରେ ରହିବା ପରେ କ୍ରମେ ହା୍ରସ ପାଇ ଚାଲିଛି । ସକ୍ରିୟ ମାମଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୬,୭୫୫ ହ୍ରାସ ପାଇଥିବା ବେଳେ ଦେଶର ମୋଟ ପଜିଟିଭ୍ ମାମଲାର ଏହା ୮.୫୦% ।

ଦୈନିକ ନୂଆ ସଂକ୍ରମଣରେ ନିମ୍ନମୁଖୀ ଧାରା ଲାଗି ରହିଥିବା ବେଳେ କ୍ରମାଗତ ଦ୍ୱାଦଶ ଦିନରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ କମ୍ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ନୂଆ କରୋନା ମାମଲା ୧,୮୬,୩୬୪ ଆସିଛି । କ୍ରମାଗତ ୧୫ ଦିନ ପାଇଁ ଦୈନିକ କରୋନାରୁ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ କରୋନା ମାମଲାକୁ ପଛରେ ପକାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୫୯,୪୫୯ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ତୁଳନାରେ ୭୩,୦୯୫ ଜଣ ଅଧିକ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ହେବା ପରଠାରୁ ମୋଟ ୨,୪୮,୯୩,୪୧୦ ଜଣ ସୁସ୍ଥ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୯,୪୫୯ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଉପରେ ସୁସ୍ଥତା ହାର ରହିଛି ୯୦.୩୪% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୭୦,୫୦୮ ଟେଷ୍ଟ ହୋଇଥିବା ବେଳେ ମୋଟ ଟେଷ୍ଟ ହୋଇଛି ୩୩.୯୦ରୁ ଅଧିକ । ଦେଶବ୍ୟପୀ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଇବାରେ ଲାଗିଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୧୦.୪୨% ଥିବା ବେଳେ ଦୈନିକ ପଜିଟିଭିଟି ହାର ହ୍ରାସ ପାଇ ଆଜି ୯.୦୦% ରହିଛି । କ୍ରମାାଗତ ଚତୁର୍ଥ ଦିନରେ ଏହା ୧୦%ରୁ କମ୍ ରହିଛି ।