?????

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ଏଥର ସେଣ୍ଟ୍ରାଲ କାଉଣ୍ଟିଂ, ବ୍ଲକ ସ୍ତରରେ ଗଣତି ହେବ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ। ମତଦାନ ଶେଷ ହେବା ପରେ ବାଲାଟ ବକ୍ସଗୁଡିକ ବ୍ଲକ ସ୍ତରରେ ଷ୍ଟ୍ରଙ୍ଗ ରୁମରେ ରଖାଯିବ। ସେଣ୍ଟ୍ରାଲ କାଉଣ୍ଟିଂ ପାଇଁ ଅଧିକ ବାଲଟ ବାକ୍ସ ଆବଶ୍ୟକ ହୋଇପାରେ । ପ୍ରତ୍ୟେକ ମତଦାନ ବୁଥ ପାଇଁ ଅତି କମରେ ଗୋଟିଏ ବାଲଟ ବାକ୍ସ ବୋଲି ସେ କହିଛନ୍ତି।

ପଞ୍ଚାୟତ ନିର୍ବାଚନ ବେଳେ ପ୍ରଥମ ଥର ପାଇଁ ପାଇଁ ସେଣ୍ଟ୍ରାଲ କାଉଣ୍ଟିଂ କରାଯିବ। ଏହା ପୂର୍ବରୁ ମତଦାନ କେନ୍ଦ୍ରରେ ଗଣନା କରାଯାଉଥିଲା। ଏବେ କିନ୍ତୁ ବାଲାଟ ବକ୍ସକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଆଉ ବ୍ଲକ ସ୍ତରରେ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ କହିଛନ୍ତି । ଜାନୁଆରୀ 2021 ଭୋଟର ଲିଷ୍ଟକୁ ଆଧାର କରି ଇଲକ୍ଟ୍ରୋଲ ରୋଲ ପ୍ରସ୍ତୁତ ହେବ । ୱାର୍ଡ, ପଞ୍ଚାୟତରେ ଭୋଟର ଲିଷ୍ଟ ହେବ। ଏଥିପାଇଁ ଗାଇଡ଼ଲାଇନ ଜାରି କରାଯିବ।

ଓଡ଼ିଶା ବିଧାନସଭା ସେପ୍ଟେମ୍ବର 8ରେ ପଞ୍ଚାୟତ ଆଇନ (ସଂଶୋଧନ) ବିଲ୍ 2021 ପାରିତ କରିଥିଲା। ଏସସି, ଏସଟି ଏବଂ ଓବିସି ପାଇଁ 50% ସଂରକ୍ଷଣ ପ୍ରଦାନ କରୁଥିବା ଏହି ବିଲ୍ ପଞ୍ଚାୟତ ନିର୍ବାଚନରେ ସୀମିତ ଥିବା ସମସ୍ତ ଆଇନଗତ ପ୍ରତିବନ୍ଧକକୁ ସଂଶୋଧନ କରିଛି। 2022 ଫେବୃଆରୀରେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି।

Related Articles

Leave a Reply

Back to top button
error: Content is protected !!