?????

ଚୁକ୍ତି ଭିତ୍ତିକରୁ ନିୟମିତ କରିବାକୁ ଆୟୁଷ ଡାକ୍ତରଙ୍କ ଦାବି

ଝାରସୁଗୁଡା: ନିୟମିତ ବା ରେଗୁଲାର ଚାକିରି କରିବା ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ଝାରସୁଗୁଡା ଆୟୁଷ ଡାକ୍ତର ସଂଘ । 30 ସେପ୍ଟେମ୍ବର ସୁଦ୍ଧା ସେମାନଙ୍କ ସେବାକୁ ନିୟମିତ କରିବାକୁ ଦାବି କରିଥିଲେ  । ଯଦି ପ୍ରଶାସନ ତାଂକ ଦାବି ଶୁଣିବ ତାହେଲେ ସେମାନେ ଅକ୍ଟୋବର 2 ତାରିଖ ଦିନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି  ।

ପ୍ରାୟ 1150 ଆୟୁଷ ଡାକ୍ତର ଏନଏଚଏମ ଅଧୀନରେ ଚୁକ୍ତିଭିତ୍ତିକ ଭିତ୍ତିରେ ଓଡିଶାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଛନ୍ତି । କିନ୍ତୁ ସେମାନଙ୍କ ଚାକିରି ଏପର୍ଯ୍ୟନ୍ତ ନିୟମିତ ହୋଇପାରି ନାହିଁ। ନିୟମିତ କରିବା ପାଇଁ ସେମାନେ ସରକାରଙ୍କୁ ଅନେକ ଥର ଚିଠି ଲେଖିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ହୋଇ ନାହିଁ ବୋଲି ଡାକ୍ତର ମାନେ କହିଛନ୍ତି ।

ଡାକ୍ତର ଦିବେନ୍ଦୁ କୁମାର ସାହୁ ଏ ନେଇ କହିଛନ୍ତି 14 ବର୍ଷ ପରେ ମଧ୍ୟ ଆମର ଚାକିରି ନିୟମିତ ହୋଇନାହିଁ । ଆମେ ଆମର ଦାବି ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ 5T ସଚିବଙ୍କ ନିକଟରେ ଦାଖଲ କରିଛୁ  । ଯଦି 30 ସେପ୍ଟେମ୍ବର ସୁଦ୍ଧା  ମର ସର୍ଭିସ ନିୟମିତ ନହୁଏ ତେବେ ଆମେ ଅକ୍ଟୋବର 2ରୁ ଆନ୍ଦୋଳନ କରିବୁ।

Related Articles

Leave a Reply

Back to top button
error: Content is protected !!