?????

ଝାରସୁଗୁଡ଼ାରେ ଆଇପିଏଲ୍‌ ବେଟିଂ : ଦୁଇ ଗିରଫ, 6 ଲକ୍ଷ ଟଙ୍କା ଜବତ

ଝାରସୁଗୁଡା: ଆଇପିଏଲ ବେଟିଂ ଚାଲିଥିବା ବେଳେ ପୁଲିସ ରେଡ୍ କରି ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିଲ ରେଡ୍ କରି ନଗଦ 6 ଲକ୍ଷ 80 ହଜାର ଟଙ୍କା ଏବଂ ଦୁଇ ଜଣଙ୍କୁ ଗିରଫ କରିଛି । ତଦନ୍ତ ବେଳେ ପୁଲିସ ଏହି ବେଟିଂ ରାକେଟ ଦୁବାଇର ଏକ ବେଟିଂ ରାକେଟ ସହ ଜଡିତ ଥିବା ଜାଣିବାକୁ ପାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ହରିଶ ସାହୁ ଓ ଅକିଲ ଆଜିଜ ମୋତିବାଲା। ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣ ସମ୍ବଲପୁର ଓ କୋଲକାତାରେ ଥିବା ପୋଲିସ ସୂଚନା ଦେଇଛି। ତେବେ ଦୁବାଇରୁ ଭାୟା କୋଲକାତା ଦେଇ ଏଠାରେ ଚାଲିଥିଲା ବେଟିଂ।

ଝାରସୁଗୁଡା ଏସପିଙ୍କ ନେତୃତ୍ୱରେ ଏହି ବେଟିଂ ରାକେଟ ଠାବ ହୋଇଛି । ଗୋଶଲା ରୋଡ ନିକଟ ରେଳ କ୍ରସିଂରେ ଥିବା ଏକ କୋଠାର ତଳ ମହଲାରେ ଏହି ବେଟିଂ ରାକେଟ ଚାଲିଥିଲା । ପୋଲିସ ଏ ନେଇ ପୂର୍ବରୁ ଖବର ପାଇଥିଲା । ପୋଲିସ ଏହି ଅଭିଯୋଗରେ ଅଭିଯୁକ୍ତ ଅକିଲ ଖାନ ଏବଂ ହରିଶ ସାହୁଙ୍କୁ ଗିରଫ କରିଛି।

ଝାରସୁଗୁଡା ଏସପି ବିକାଶ୍ ଚନ୍ଦ୍ର ଦାଶ କହିଛନ୍ତି, ଏବେ ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି । ଏହି ସମୟରେ ଆଇପିଏଲ୍ ବେଟିଂ ସକ୍ରିୟ ହୋଇଛି । ଓଡ଼ିଶାରେ ଏକ ବେଟିଂ ରାକେଟ୍ ସମ୍ବନ୍ଧରେ ସୂଚନା ମିଳିଥିଲା । ଏହି ଆଧାରରେ ହରିଶ ସାହୁଙ୍କୁ ଗିରଫ କରାଯାଇଛି । ଏଥିରେ ଦୁବାଇ ଏବଂ ମୁମ୍ବାଇର ଷ୍ଟକିସ୍ଟ ରହିଛନ୍ତି। ଏବେ ଦୁଇ ଜଣ ଗିରଫ ହୋଇଛନ୍ତି । ବାକି ଚାରି ଜଣ ଏବେ ନିଖୋଜ ରହିଛନ୍ତି। ଅନଲାଇନ୍ ୱେବସାଇଟ୍ ମାଧ୍ୟମରେ ଏମାନେ ଏହି ବେଟିଂ କରୁଥିଲେ ।

Related Articles

Leave a Reply

Back to top button
error: Content is protected !!