?????

ପଶ୍ଚିମ ଓଡ଼ିଶାର 6ଟି ଜିଲ୍ଲାରୁ କେନ୍ଦ୍ର କିଣିବ ପ୍ରୋଟିନ ଯୁକ୍ତ ଉଷୁନା ଚାଉଳ

କେସିଙ୍ଗା: କେନ୍ଦ୍ର ସରକାର ସାରା ଦେଶର ବିଭିନ୍ନ ରାଜ୍ୟରୁ ପ୍ରୋଟିନ ଯୁକ୍ତ ଚାଉଳ କିଣିବେ। ଏଥିମଧ୍ୟରେ ଓଡ଼ିଶାର 6 ଜିଲ୍ଲା ରହିଛି । ଏହି ସମସ୍ତ ଜିଲ୍ଲା ପଶ୍ଚିମ ଓଡ଼ିିଶାରେ ରହିଛି । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ପରେ ରାଜ୍ୟ ସରକାର ଆସନ୍ତା ଖରିପ ବେଳକୁ ପ୍ରୋଟିନ ଭିଟାମିନ ଯୁକ୍ତ ଚାଉଳ ଆଣି କେନ୍ଦ୍ରକୁ ଦେବା ପାଇଁ ତତ୍ପର ହୋଇ ଉଠିଛନ୍ତି। ଯେଉଁମାନେ ପ୍ରୋଟିନ ଉଷୁନା ଚାଉଳ ନଦେବେ ସେମାନଙ୍କ ଚାଉଳ ଆଗାମୀ ଦିନରେ କିଣିଯିବନି ବୋଲି କେନ୍ଦ୍ର ସରକାର ରାଜ୍ୟକୁ କହିଥିବା ସୂଚନା ରହିଛି।

କେନ୍ଦ୍ର ସରକାର ଯେଉଁ 6ଟି ଜିଲ୍ଲାରୁ ପ୍ରୋଟିନ ଯୁକ୍ତ ଭିଟାମିନ ଚାଉଳ ନେବେ ବୋଲି କହିଛନ୍ତି ସେଗୁଡିକ ହେଲା ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ବରଗଡ଼, ସୋନପୁର,  ଓ କଳାହାଣ୍ଡି । ସୂଚନାଯୋଗ୍ୟ, ନିକଟରେ ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କେନ୍ଦ୍ରର ଯୋଜନାରେ ପ୍ରୋଟିନ ଯୁକ୍ତ ଚାଉଳ ମିଳିବ। ମୋଦୀଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଉଷୁନା ଚାଉଳ କିଣିବା ନେଇ ଅନେକ ରାଜ୍ୟକୁ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!