?????

ରାଜ୍ୟରେ ବଢୁଛି କରୋନା, ପ୍ରତିକ୍ରିୟା ରଖିଲେ ଡିଏମଇଟି

ଭୁବନେଶ୍ୱର: ସପ୍ତାହକ ଭିତରେ ସଂକ୍ରମଣ 400 ରୁ 600 ଭିତରେ ରହିଛି। ଡାବଲିଙ୍ଗ ଟାଇମ କମିଲେ ସଂକ୍ରମଣ କମିବ। ସଂକ୍ରମଣ ବଢିବାରେ ଦୁଇଟି ସୂତ୍ର ହୋଇପାରେ, ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟେ ଭାଇରସର ଗୁଣ ସୂତ୍ର ପରିବର୍ତ୍ତନ ହେବା। ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୁଢିଥିବା ବେଳେ ଦେଶରେ ମଧ୍ୟ ସଂକ୍ରମଣ ବଢିଛି। କେରଳରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ହେଲେ ଓଡିଶାରେ ସଂକ୍ରମଣ ସ୍ଥିର ରହିଛି।

ଯେ ପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପର୍ଯ୍ୟନ୍ତ କଡାକଡି ନିୟମ ପାଳନ କରିବାକୁ ପଡିବ। ଟ୍ରାଭେଲ କ୍ଷେତ୍ରରେ ଯେହେତୁ ସେତେଟା କଟକଣା ନାହିଁ ତେଣୁ ଏ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ଯେହେତୁ ଅନ୍ୟ ରାଜ୍ୟରେ ଅନ୍ୟ ଦେଶରେ ସଂକ୍ରମଣ ବଢୁଛି ତେଣୁ ଓଡିଶାରେ ସର୍ଭିଲାନ୍ସ କୁ ଆହୁରି ଅଧିକ କରିବାକୁ ପଡିବ। ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆମେ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ ଅଛୁ ବୋଲି ବୁଧବାର ଡିଏମ୍ଇଟି ସିବିକେ ମହାନ୍ତି ଏହା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, 24 ଘଣ୍ଟା ମଧ୍ୟରେ ଓଡିଶାରେ 549 କୋଭିଡ (ମଙ୍ଗଳବାର) ମାମଲା ରିପୋର୍ଟ ହୋଇଛି । ଯାହା ମୋଟ ସଂକ୍ରମଣକୁ 10,39,818 କୁ ବଢାଇଛି। ଦୁଇ ଜଣଙ୍କର ଏହି ଭାଇରସରେ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା 8,318କୁ ବୃଦ୍ଧି ପାଇଛି। ବୁଧବାର ପ୍ରାୟ 497 ଲୋକ ସଂକ୍ରମଣରୁ ଆରୋଗ୍ୟ ହୋଇଥିଲେ ଏବଂ ମୋଟ ଆରୋଗ୍ୟ ସଂଖ୍ୟା 10,26,774କୁ ବୃଦ୍ଧି ପାଇଛି।

Related Articles

Leave a Reply

Back to top button
error: Content is protected !!