ବର୍ଷା ଅଭାବ, ଇନ୍ଦ୍ରଙ୍କୁ ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

0
59

ଝାରସୁଗୁଡ଼ା: ଇନ୍ଦ୍ର ଦେବତାଙ୍କୁ ପୂଜା କରିଛନ୍ତି କିର୍ମିରା ବ୍ଲକ୍‌ ଠାକୁରପଡ଼ା ଗାଁର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ବର୍ଷା ଅଭାବ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏପରି ପୂଜାର୍ଚ୍ଚନା କରିଛନ୍ତି। ଅଗଷ୍ଟ ମାସରେ କମ୍ ବର୍ଷା ହୋଇଛି। ଏଥିଯୋଗୁଁ ଚାଷ କାମରେ ଅନେକ ସମସ୍ୟା ଉପୁଜିଛି। ତେଣୁ ଆଗାମୀ ଦିନରେ ଭଲ ବର୍ଷା ହେଉ ବୋଲି ପ୍ରାର୍ଥନା କରି ଇନ୍ଦ୍ର ପୂଜା କରିଛନ୍ତି ହେମାନନ୍ଦ ବିଶ୍ୱାଳ।

ବିଶ୍ୱାଳ କହିଛନ୍ତି, ଚଳିତ ବର୍ଷ ଅଗଷ୍ଟ ମାସରେ ଚାଷ ପାଇଁ ଆବଶ୍ୟକତାରୁ କମ ବର୍ଷା ହୋଇଛି। ଶ୍ରାବଣ ସରି ଭାଦ୍ରବ ଆସିଗଲା ହେଲେ 2 ମାସ ହେବ ବର୍ଷାର ଖୋଜ ଖବର ନାହିଁ। ତେଣୁ ଏବେ ଅନେକ ଜମି ଫାଟି ଆଁ ହୋଇଛି। କେତେକ ସ୍ଥାନରେ ଧାନ ମରିଯାଇଛି। ପ୍ରବଳ ଖରା ସହିତ ପାଣିର ଅଭାବ ଯୋଗୁଁ ଧାନ ଏବେ ହଳଦିଆ ହୋଇଯାଇଛି। ଯାହାକି ନଷ୍ଟ ମୁହାଁ। ତେଣୁ ମୁଖ୍ୟମନ୍ତ୍ରୀ ଅଗଷ୍ଟ ମାସର ରିପୋର୍ଟକୁ ଆଧାର କରି ମରୁଡି ଗ୍ରସ୍ତ ଘୋଷଣା କରନ୍ତୁ ବୋଲି ହେମାନନ୍ଦ ଦାବି କରିଛନ୍ତି।