?????
ପ୍ଲାଟଫର୍ମରେ ଛିଡା ହୋଇଥିବା ବେଳେ ଟ୍ରେନର ଇଞ୍ଜିନରେ ଲାଗିଗଲା ନିଆଁ

ବ୍ରଜରାଜନଗର: ବ୍ରଜରାଜନଗର ରେଲଓ୍ୱେ ଷ୍ଟେସନରେ ପାସେଞ୍ଜର ଟ୍ରେନ ଛିଡା ହୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି । ପ୍ଲାଟଫର୍ମ ନମ୍ବର 3ରେ ରାତି ପ୍ରାୟ 8ଟା ସମୟରେ ଗୋନ୍ଦିଆ ଝାରସୁଗୁଡା ଟ୍ରେନ ଛିଡା ହୋଇଥିଲା। ଏହି ସମୟରେ ହଠାତ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହାପରେ ଟ୍ରେନର ଲୋକପାଇଲଟ ତଳକୁ ଓହ୍ଲାଇ ଆସି ଘଟଣା ବାବଦରେ ସୂଚନା ଦେଇଥିଲେ। ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।
ଏହାପରେ ଅଗ୍ନିଶମ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ଏକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି।