ପ୍ରେମ ଜାଲରେ ଫସାଇ 3 ଲକ୍ଷ ଟଙ୍କା ଠକିବା ମସୁଦା ଫେଲ୍, ଓ୍ୱେବ ପୋର୍ଟାଲ ସାମ୍ୱାଦିକ ଗିରଫ

0
71

ଝାରସୁଗୁଡ଼ା: ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅଡୁଆରେ ଓ୍ୱେବ ପୋର୍ଟାଲର ସାମ୍ୱାଦିକ। ଝାରସୁଗୁଡା ଜିଲ୍ଲାର ବଡମାଲ ଥାନା ଏ ନେଇ ଉକ୍ତ ସାମ୍ୱାଦିକଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିଛି। ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ମାଙ୍କ ଆକାଉଣ୍ଟରୁ 2.5 ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲେ। ଏମିତିକି ତଦନ୍ତ ପରେ ଏହି ସାମ୍ୱାଦିକ ଜଣଙ୍କ ବିବାହିତ ହେଲେ ଯୁବତୀଙ୍କୁ ଅବିବାହିତ ବୋଲି ପରିଚୟ ଦେଇଥିବା ସୂଚନା ରହିଛି।

ଏବେ ଏହି ଓ୍ୱେବ ପୋର୍ଟାଲ ସାମ୍ବାଦିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇଆଇସି ଅମିତାଭ ପଣ୍ଡା କହିଛନ୍ତି ମେ ମାସରେ ଦୀପକ ଦେହୁରୀ ନାମକ ଜଣେ ବିବାହିତ ଯୁବକ ମିଛ କହି ବଡ଼ମାଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି  ପଞ୍ଚପଡ଼ାଠାରେ ରଖିଥିଲା। ହେଲେ ଏହି ସମୟରେ ସେ ବିବାହିତ ବୋଲି ଯୁବତୀ ଜଣକ ଜାଣିପାରିଥିଲେ ପରେ ଯୁବତୀ ଜଣଙ୍କ ଘରକୁ ଫେରିବାରେ ସଫଳ ହୋଇଥିଲା। ଏହାପରେ ସେ ସମସ୍ତ ଘଟଣାକୁ ତାଙ୍କ ମା’ଙ୍କୁ କହିଥିଲେ। ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ତଥା କଥିତ ସାମ୍ୱାଦିକଙ୍କୁ ସୁନ୍ଦରଗଡ଼ ଦର୍ଲିପାଲିଠାରୁ ଗିରଫ କରିଛି। ଗିରଫ ବେଳେ ଅଭିଯୁକ୍ତ ପାଖରୁ ଏକ ଓ୍ୱେବ ପୋର୍ଟାଲରେ କାମ କରୁଥିବାର ଏକ ଆଇଡି କାର୍ଡ ଉଦ୍ଧାର କରିଛି।

ଯୁବତୀଙ୍କ ବାପାଙ୍କର ଦେହାନ୍ତ ହୋଇସାରିଛି। ସେ ଏକ ସ୍କୁଲରେ ପିଅନ ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ମାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ସେ ଏହି ଯୁବକଙ୍କୁ ଦେଇଥିଲେ ବୋଲି ସୂଚନା ରହିଛି।