ସେପ୍ଟେମ୍ୱର ଗାଇଡଲାଇନ: ଏଥର ବାହାଘରରେ ନାଚିହେବ,

ଭୁବନେଶ୍ୱର: ସେପ୍ଟେମ୍ୱର ମାସ ପାଇଁ ରାଜ୍ୟ ସରକାର କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଅନଲକ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ବିବାହ ଏବଂ ଅନ୍ତେଷ୍ଟି କ୍ରିୟାରେ ସାମିଲ୍ ହେବାକୁ ଥିବା ଲୋକସଂଖ୍ୟା 250କୁ ବୃଦ୍ଧି କରିଛନ୍ତି।
ବିବାହ, ବ୍ରୋତପନୟନ, ଅନ୍ତିମ ସଂସ୍କାର, ଅନ୍ତ୍ୟେଷ୍ଟି ଏବଂ ଆନୁସଙ୍ଗିକ ସମାବେଶରେ ସମସ୍ତଙ୍କୁ ମିଶାଇ ଏହି ସଂଖ୍ୟା 250 କରିଛନ୍ତି ସରକାର। ଯେଉଁଥିରେ ଅତିଥି, ପୁରୋହିତ ଏବଂ କ୍ୟାଟରିଂ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମଧ୍ୟ ରହିଛନ୍ତି। ତେବେ ସର୍ବାଧିକ 50 ଜଣ ବିବାହ ଶୋଭାଯାତ୍ରାରେ ସାମିଲ ହୋଇପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି।
ଏହି 50 ଜଣଙ୍କ ମଧ୍ୟରେ ବର, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟିର ସଦସ୍ୟ ଇତ୍ୟାଦି ରହିବେ। ଶୋଭାଯାତ୍ରା କରିବା ପୂର୍ବରୁ କିନ୍ତୁ ସ୍ଥାନୀୟ ପ୍ରଶାସନ ପାଖରୁ ଆୟୋଜକଙ୍କୁ ଅନୁମତି ମାଗିବାକୁ ହେବ। ସାମାଜିକ ଦୂରତା ସାଙ୍ଗକୁ କିଭଳି ସମସ୍ତେ ମାସ୍କ ପିନ୍ଧିବେ ସେଥିପ୍ରତି ଆୟୋଜକ ନଜର ରଖିବେ। ପୂର୍ବରୁ ମାତ୍ର 30 ଜଣ ଅତିଥିଙ୍କୁ ନେଇ ବିବାହ କରାଯିବାକୁ ନିୟମ ଥିଲା।