?????
କୃଷି ମନ୍ତ୍ରୀଙ୍କୁ ଭେଟି ଖରିଫ୍ ବୀମା ପ୍ରଦାନ କରିବାକୁ ଦାବି

ଝାରସୁଗୁଡା: ଗତବର୍ଷ ଖରିପ ଫସଲର ବିମା ପ୍ରଦାନ କରିବାକୁ ଦାବି ହୋଇଛି। ଏ ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଛନ୍ତି ଝାରସୁଗୁଡା ଲାଇକେରା, କୋଲାବିରା ଏବଂ କିର୍ମିରା ବ୍ଲକର ଚାଷୀ ପ୍ରତିନିଧୀ। କୃଷି ମନ୍ତ୍ରୀଙ୍କୁ ଭେଟିବା ବେଳେ ଚାଷୀ ପ୍ରତିନିଧିଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ସାଙ୍ଗରେ ଉପସ୍ଥିତ ଥିଲେ।
ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ତେଜରାଜ ସାହୁ, ଶରତ କୁମାର ପଟେଲ, ସରୋଜ କୁମାର ନାୟକ, ପପୁ ସିଂହାନିଆ, ଧର୍ମେନ୍ଦ୍ର ପାଣ୍ଡେ, ଶ୍ରୀକାନ୍ତ ନାୟକ, ସୁନ୍ଦର ମଣି ନାୟକ, ମଙ୍ଗଲ କିସାନ, ସୁଶାନ୍ତ କୁମାର ସାହୁ, ଗାନ୍ଧୀ ରାମ ବେହେରା, ଏବଂ କୋଲାବିରା ବ୍ଲକର ଭିକାରୀ ଚରଣ ନାଏକ ଉପସ୍ଥିତ ଥିଲେ।