ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

0
36

ନୂଆଦିଲ୍ଲୀ: କୋଭିଡର ପରବର୍ତ୍ତୀ ଜଟିଳତାର ଶିକାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ମନ୍ତ୍ରୀ ଟୁଡୁ ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ଏହି ସାଂସଦ ନିକଟରେ କେନ୍ଦ୍ର ଆଦିବାସୀ ଏବଂ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଆଜି ରାଜ୍ୟରେ ରାସନ କାର୍ଡରେ ଅନିୟମିତତା ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଓଡ଼ିଶାର ସାଂସଦ ମାନେ ଭେଟିଥିଲେ। ଏହି ସମୟରେ କିନ୍ତୁ ମନ୍ତ୍ରୀ ଟୁଡୁ ଉପସ୍ଥିତ ନଥିଲେ। ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।