ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ସନ୍ଥ ନିରାକାରୀ ମଣ୍ଡଳର ପ୍ରତିନିଧି

0
180

ଭୁବନେଶ୍ୱର: କୋଭିଡ ମହାମାରୀ ବେଳେ ରାଜ୍ୟରେ କୋଭିଡ କେୟାର ସେଣ୍ଟରର ଆବଶ୍ୟକତା ରହିଛି। ବିଭିନ୍ନ ଘରୋଇ ସଂସ୍ଥା ସହ ମିଶି କୋଭିଡ କେୟାର ସେଣ୍ଟର ତିଆରି କରୁଛନ୍ତି ସରକାର। ଏହି ପ୍ରକ୍ରିୟାରେ ସନ୍ଥ ନିରାକାରୀ ମଧ୍ୟ ସାମିଲ ହୋଇଛି। ବାମରା ଏବଂ ବୀରମିତ୍ରପୁରଠାରେ ଦୁଇଟି କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିଛି ଏହି ନିରାକାରୀ ମଣ୍ଡଳ। କୋଭିଡ କେୟାର ସହିତ 100ଟି ଅକ୍ସିଜେନ କନସେନଟ୍ରେଟର ମେସିନ ଯୋଗାଇ ଦେଇଛି। ଏହାକୁ ସ୍ୱାଗତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ଗୁରୁବାର ଲୋକସେବା ଭବନରେ ସନ୍ଥ ନିରାକାରୀ ମଣ଼୍ଡଳର ପ୍ରତିନିଧି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ସନ୍ଥ ନିରାକାରୀ ମଣ୍ଡଳର ପ୍ରତିନିଧି ସଂସ୍ଥାର ଉଦ୍ଦେଶ୍ୟ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବୋଲି ଜଣାପଡ଼ିଛି।