ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ଟି ଦାବି ରଖିଲା ଅଖିଳ ଭାରତୀୟ ଅଣସଂଗଠିତ ଶ୍ରମିକ କଂଗ୍ରେସ
ଝାରସୁଗୁଡା: ୬ ଟି ଦାବି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଅଖିଳ ଭାରତୀୟ ଅଣସଂଗଠିତ ଶ୍ରମିକ କଂଗ୍ରେସ (AIUWC) ମଧ୍ୟ ଶୁକ୍ରବାର ଦିନ ଝାରସୁଗୁଡା ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ଦେଇଛି।
ଦାବି ପତ୍ରରେ ସହରାଞ୍ଚଳର ସମସ୍ତ ଉଠାଦୋକାନୀ ଓ ବୁଲାବେକଳିଙ୍କ ନାମ ପୌର ପ୍ରଶାସନଙ୍କ ଦ୍ୱାରା ପଞ୍ଜୀକୃତ କରାଯାଉ। ୧୦୧୪ ଉଠାଦୋକାନୀ ଆଇନକୁ ସମସ୍ତ ପୌରସଂସ୍ଥା ଦ୍ୱାରା କାର୍ଯକାରୀ କରାଯାଇ କମିଟି ଗଠନ କରାଯାଉ। ତୁରନ୍ତ ଭେଣ୍ଡିଂ ଜୋନ ସ୍ଥାପନ କରାଯାଇ ସମସ୍ତ ଉଠାଦୋକାନୀଙ୍କୁ ଥଇଥାନ କରାଯାଉ। ଯୋଗ୍ୟ ହିତାଧିକାରୀମାନଙ୍କୁ ସହାୟତା ଦେବା ସହିତ ୨୦,୦୦୦ ଟଙ୍କା ଋଣ ଦିଆଯାଉ। ସମସ୍ତ ଉଠାଦୋକାନୀ ମାନଙ୍କୁ ପୌର ପ୍ରଶାସନ ଦ୍ୱାରା ସେମାନଙ୍କୁ ଅଣସଂଗଠିତ ଶ୍ରମିକ କାର୍ଡ ପ୍ରଦାନ କାରୀ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ବିବାହ ସହାୟତା ରାଶି ଯୋଗାଇ ଦିଆଯାଉ। ଗ୍ରାମାଞ୍ଚଳର ବିଭିନ୍ନ ହାଟ ବଜାରରେ ଥିବା ଉଠାଦୋକାନୀମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଉ।
ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିବା ବେଳେ କାର୍ଯକ୍ରମରେ ସାମିଲ ଥିଲେ ଝାରସୁଗୁଡା ଜିଲ୍ଲା DCC ସଭାପତି ଶ୍ରୀ ଭରତ ଅବସ୍ଥି,DDC ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୀଷ ବାଜପାୟୀ,DCC କେଶୀୟର ଶ୍ରୀ ବରୁଣ ଓଡ଼ାକା, ଓଡ଼ିଶା ରାଜ୍ୟ ଆଦିବାସୀ ସଂଘ ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ଓରାମ, ଦୀପାଙ୍କର, ଅରୁନ , ଗୋକୁଲ୍, ଦିବାଶିଶ, ପ୍ରଦୀପ, ବିଜୟ, ପିଣ୍ଟୁ ଓ ଅନ୍ୟମାନେ।