?????

ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟସେବାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଜିଲ୍ଲାରେ ତରଳ ଅକ୍ସିଜେନର ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ଏହି ସେବାର ଉଦଘାଟନ କରିଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ସ୍ଥାପିତ ହେବାକୁ ଥିବା ଲିକ୍ୟୁଡ ମେଡିକାଲ ଅକ୍ସିଜେନ (LMO) ଷ୍ଟୋରେଜ୍ ଭେସେଲ ସିଷ୍ଟମର ମୂଳଦୁଆ ପଡିଛି। ବ୍ରଜରାଜନଗର ଅନ୍ତର୍ଗତ ରାଜପୁର ଅଞ୍ଚଳରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଲଡିଂ ପାଇଁ ମଧ୍ୟ ଏହି ଅବସରରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି।

ଏହି ଉଦଘାଟନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ବ୍ୟତୀତ ବରଗଡ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ଜିଲ୍ଲାପାଳ ସରୋଜ ସାମଲ ଉପସ୍ଥିତ ଥିଲେ।

ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଅବସରରେ କହିଛନ୍ତି, ଜିଲ୍ଲାରେ ଅକ୍ସିଜେନ କାରଖାନା ପ୍ରତିଷ୍ଠା ହେବା ଏକ ଖୁସିର କଥା। ଆଗାମୀ ଦିନରେ ଜିଲ୍ଲାରେ ଅକ୍ସିଜେନ ସମସ୍ୟାର ସମାଧାନ ହେବନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀଯୁକ୍କ ଦାସ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!