?????

ସୁସ୍ଥ ହେଉଛି ଭାରତ: ପଜିଟିଭିଟି ହାର ୫.୭୮%କୁ ହ୍ରାସ, ଆରୋଗ୍ୟ ହାର ଛୁଇଁଲା ୯୩.୩୮%

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୨୦,୫୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ପ୍ରାୟ ଦୁଇ ମାସ ୫୮ ଦିନ ମଧ୍ୟରେ ଏହା ସର୍ବନିମ୍ନ। କ୍ରମାଗତ ନବମ ଦିନରେ ମଧ୍ୟ ଦେଶରେ ନୂଆ କରୋନା ମାମଲା ୨ ଲକ୍ଷ ତଳେ ରହିଛି। ଆଜି ଦେଶରେ ମୋଟ୍ ୧୫,୫୫,୨୪୮ ଜଣ କରୋନାରେ ସଂକ୍ରମିତ ରହିଛନ୍ତି। କ୍ରମାଗତ ଭାବରେ ପଞ୍ଚମ ଦିନ ଧରି କରୋନା ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ସଂଖ୍ୟା ୮୦,୭୪୫କୁ ହ୍ରାସ ପାଇଛି। ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୫.୪୨% ରହିଛି।କ୍ରମାଗତ ୨୩ ଦିନ ଧରି ଭାରତରେ ଦୈନିକ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୭,୮୯୪ ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦୈନିକ ନୂଆ ସଂକ୍ରମଣ ତୁଳନାରେ ଅଧିକ ୭୭,୩୬୫ ଜଣ ସୁସ୍ଥ ହୋଇପାରିଛନ୍ତି।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ କରୋନାରୁ ୨,୬୭,୯୫,୫୪୯ ଜଣ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧,୯୭,୮୯୪ ଜଣ। ବୃଦ୍ଧି ପାଇବା ଧାରାରେ ଏବେ ସୁସ୍ଥତା ହାର ୯୩.୩୮%ରେ ପହଞ୍ଚିଛି। ସାପ୍ତାହିକ ପଜିଟିଭିଟି ହାର ଏବେ ୬.୮୯% ଅଛି ଏବଂ ଦୈନିକ ପଜିଟିଭିଟି ହାର ରହିଛି ୫.୭୮%। କ୍ରମାଗତ ୧୨ ଦିନ ଧରି ଏହା ୧୦% ତଳେ ରହିଛି।

Related Articles

Leave a Reply

Back to top button
error: Content is protected !!