୭ ବର୍ଷ ତଳର ଫେରାର ଅଭିଯୁକ୍ତ ଗିରଫ

0
120

ଭୁବନେଶ୍ୱର: କମିସନରେଟ ପୋଲିସର ସ୍ପେଶାଲ ଅପରେସନ। ପୋଲିସ କଷ୍ଟଡିରୁ ଫେରାର ଅଭିଯୁକ୍ତ ଧରିବା ପାଇ ଅପରେସନ ୱାଇଲଡ ଏସ୍କେପ।ଯାହାର କ୍ରମରେ ଧରାପଡିଛି ୭ ବର୍ଷ ତଳର ଫେରାର ଅଭିଯୁକ୍ତ ଭାସ୍କର ସାହୁ। ଯାହାର ଘର ନୟାଗଡର ଓଡଗାଁ। ଯେକି ୨୦୧୪ ମସିହା ଫେବୃଆରୀ ମାସ ୧୩ ତାରିଖରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମରେ ସାମିଲ ଥିଲା।

ଯାହାକୁ ସେତେବେଳେ ପୋଲିସ ଗିରଫ କରିଥିଲା ହେଲେ କୋର୍ଟ ଚାଲାଣ ବେଳେ ଫେରାର ହୋଇଯାଇ ଥିଲା । ଯାହାକୁ ଧରିବା ନେଇ ସ୍ବତନ୍ତ୍ର ନିର୍ଦେଶ କ୍ରମେ ସ୍ପେଶାଲ ସ୍କ୍ବାଡ ତାକୁ ନୟାଗଡରୁ ଗିରଫ କରିଛି।ଯାହାର ବୟସ ୩୨ ବର୍ଷ।

ତେବେ ଏହି ଘଟଣାର ୧୨ ଜୁନରେ ୨୧୪ରେ ଚାର୍ଜଶିଟ୍ ଦାଖଲ ହୋଇଥିଲା। ସେତେବଳେ ଏହି ଅପରାଧି ଫରାର ଥିଲା। ତେବେ ପୁର୍ବରୁ ଏହି ଅପରେସନ କ୍ରମରେ ପୋଲିସ କଷ୍ଟଡିରୁ ଫୋରାର ଥିବା ଆଉ ଏକ ଅପରାଧିକୁ ୨ଦିନ ତଳେ ଏୟାରଫିଲଡ ଅଂଚଳରୁ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।