ବିଦ୍ୟାର୍ଥୀଙ୍କ ସହ କଥା ହେଲେ ପିଏମ୍, ଦାଢ଼ି କଥା ଉଠାଇଲେ ଛାତ୍ରଛାତ୍ରୀ

0
350

ନୂଆଦିଲ୍ଲୀ: ଆଜି ଶିକ୍ଷା ମନ୍ତ୍ରଣାଳୟ ସିବିଏସ୍ଇ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ବାପା ମାଙ୍କ ସହିତ ଭର୍ଚୁଆଲ ମିଡିଆରେ କଥାବାର୍ତ୍ତା ଚାଲିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଅଂଶଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ସମୟରେ ମୋଦି ଛାତ୍ର ଛାତ୍ରୀ ଏବଂ ଅଭିଭାବକମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସେମାନଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିବିଏସ୍ଇ ଛାତ୍ର ଏବଂ ସେମାନଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରି ଦ୍ୱାଦଶ ଶ୍ରେଣୀ ବାତିଲ ବିଷୟରେ ଶୁଣିବା ପରେ ସେମାନେ କିପରି ଅନୁଭବ କରିଛନ୍ତି ବୋଲି ପଚାରିଥିଲେ। ଏହି ବାର୍ତ୍ତାଳାପ ସମୟରେ ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଲକଡାଉ ବେଳେ କିଭଳି ତାଙ୍କର ଦାଢ଼ି ବଢ଼ିଯାଇଥିଲା। ସେତେବେଳେ ତାଙ୍କ ମା କହିଥିଲେ ଯେ ସେ ଏପରି ଦାଢ଼ିକୁ ନେଇ କଣ କରିବୁ? ତା’ପରେ ଛାତ୍ର ଜଣକ ତାଙ୍କ ମା’ଙ୍କୁ କହିଥିଲେ ଯେ ସେ ମୋଦୀଙ୍କର ଜଣେ ପ୍ରଶଂସକ ଏବଂ ଦାଢ଼ି ଏହିପରି ଆଗକୁ ବଢ଼ିବ। ଏହା ଶୁଣି ପ୍ରଧାନମନ୍ତ୍ରୀ ମଧ୍ୟ ହସି ପକାଇଥିଲେ।