ଦେଶରେ ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ଅଂଶୁଘାତ ଜନିତ ମୃତ୍ୟୁ ହାର ଅଧିକ
ନୂଆଦିଲ୍ଲୀ: ପାଣିପାଗ ବିଭାଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ 1971-2019 ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶାରେ ଅଂଶୁଘାତରେ ସର୍ବାଧିକ ମୃତ୍ୟୁ ଘଟିଛି। 50 ବର୍ଷରେ 17 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଅଂଶୁଘାତରେ।
ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରାଜୀବନଙ୍କ ନେତୃତ୍ୱରେ ହୋଇଥିବା ଗବେଷଣାରେ ଏହା ଜଣାପଡ଼ିଛି। ଅତ୍ୟଧିକ ଉତ୍ତାପ ଯୋଗୁଁ 50 ବର୍ଷରେ 1,41,308 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 17 ହଜାର 362 ଜଣ ଅଂଶୁଘାତରେ ପ୍ରାଣ ହରାଇଛନ୍ତି।
2017ରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଅଂଶୁଘାତରେ ପ୍ରାଣ ହରାଇଥିବା ବେଳେ ଝାଡଖଣ୍ଡରେ ଦୁଇ ଜଣ, ମହାରାଷ୍ଟ୍ରରେ 6 ଜଣ, ଓଡ଼ିଶାରେ 8 ଜଣ, ତେଲେଙ୍ଗାନାରେ 12 ଜଣ ପ୍ରାଣ ହରାଇଥିଲେ।
ସେହିପରି 2018ରେ ଉତ୍ତରପ୍ରଦେଶରେ 2, ମହାରାଷ୍ଟ୍ରରେ 5, ଝାଡଖଣ୍ଡରେ 1, କେରଳରେ 3, ଛତିଶଗଡରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି। 2019ରେ ମହାରାଷ୍ଟ୍ରରେ 15, କେରଳରେ 6, ବିହାରରେ 4, ରାଜସ୍ଥାନରେ ଜଣେ ଲେଖାଏଁ ଅଂଶୁଘାତରେ ମୋଟ୍ 26 ଜଣ ପ୍ରାଣ ହରାଇଛନ୍ତି।