ସ୍ୱାଧୀନତା ଦିବସରେ କିଏ ଓ କେଉଁଠି ପତାକା ଉତ୍ତୋଳନ କରିବେ?

0
90

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ ଏବଂ ଜିଲ୍ଲାପାଳ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ବିଜ୍ଞପ୍ତି ଜାରି ହୋଇଛି। ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ଝାରସୁଗୁଡାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି। କୋଭିଡ୍ ନିୟମ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ ହେବ ବୋଲି ସରକାର ପୂର୍ବରୁ କହି ସାରିଛନ୍ତି।

ରାଜ୍ୟର 19ଟି ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଝାରସୁଗୁଡା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ଜିଲ୍ଲାପାଳ ମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗଦେବେ। ହେଲେ ଝାରସୁଗୁଡାର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଳାହାଣ୍ଡିରେ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି।