ବାତ୍ୟା ୟାସର ପ୍ରଭାବ ସମୀକ୍ଷା ପାଇଁ ମେ 28ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

0
262

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 28 ମେ, 2021ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ସେ ୟାସ ଘୁର୍ଣ୍ଣିବାତ୍ୟା ଯୋଗୁ ଏହି ଦୁଇ ରାଜ୍ୟରେ ପଡ଼ିଥିବା ପ୍ରଭାବର ଆକଳନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ଦୁଇ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଞ୍ଚଳକୁ ବୁଲି ଦେଖିବେ। ଏହା ପୂର୍ବରୁ ମୋଦି ଭୁବନେଶ୍ୱରରେ ସେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ ବୋଲି ମଧ୍ୟ ସୂଚନା ରହିଛି।

ଏହାପରେ ସେ ବାଲେଶ୍ୱର, ଭଦ୍ରକ ବୁଲି ଦେଖିବେ। ପରେ ସିଧା ପଶ୍ଚିମବଙ୍ଗ ଗସ୍ତ କରି ପୂର୍ବ ମେଦିନୀପୁରର ପ୍ରଭାବିତ ଅଞ୍ଚଳଗୁଡିକୁ ବିମାନରେ ସର୍ଭେ କରିବେ ମୋଦି। ଏହାପରେ ପଶ୍ଚିମବଙ୍ଗରେ ଏକ ସମୀକ୍ଷା ବୈଠକ ମଧ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଯୋଜନା କରିଛନ୍ତି।

ବୁଧବାର ଓଡ଼ିଶାର ଧାମରା ଏବଂ ବାଲେଶ୍ୱର ମଧ୍ୟରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିଥିଲା। ଏହାର 12 ଘଣ୍ଟା ପରେ ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗକୁ ଯାଇ ଧୀରେ ଧୀରେ ଦୁର୍ବଳ ହେଉଛି।