?????

ମେ 24ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟଶ୍’

ଭୁବନେଶ୍ୱର: ଗତବର୍ଷ ସୁପର ସାଇକ୍ଲୋନ୍ ଅମ୍ଫାନ୍ ଦ୍ୱାରା ପଶ୍ଚିମବଙ୍ଗ ପ୍ରଭାବିତ ହୋଇଥିଲା ଏବେ ଠିକ୍ ବର୍ଷ ପରେ ଆଉ ଏକ ବତ୍ୟା ପୁଣିଥରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡ ଫଲ କରିବ ବୋଲି ସୂଚନା ରହିଛି। ଆସନ୍ତା ସପ୍ତାହରେ ସାଇକ୍ଲୋନ୍ ‘ୟଶ’ ଲ୍ୟାଣ୍ଡ କରିବାର ସମ୍ଭାବନା ରହିଛି। ଅଲିପୁର ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି। ଏହି ବାତ୍ୟାର ନାମ ଓମାନ ଦେଇଥିବା ସୂଚନା ରହିଛି।

ପଶ୍ଚିମବଙ୍ଗର ପୂର୍ବ ସେଣ୍ଟ୍ରାଲ୍ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଉ ଏହା କ୍ରମଶଃ ବାତ୍ୟାରେ ପରିଣତ ହୋଇ ମେ 24 ରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମବଙ୍ଗର ସୁନ୍ଦରବନରେ ଏହି ବାତ୍ୟା ଲ୍ୟାଣ୍ଡ କରିବ। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କ୍ରମଶଃ ପଶ୍ଚିମବଙ୍ଗ ଦେଇ ଏହି ଘୂର୍ଣ୍ଣିବଳୟ ‘ୟଶ’ ବାଂଲାଦେଶ ଆଡକୁ ଯିବାର ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବାର 48 ଘଣ୍ଟା ପୂର୍ବରୁ ଏହାର ପ୍ରକୃତ ଗତିବିଧି ଉପରେ ନଜର ଜଣାପଡ଼ିବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଗତବର୍ଷ ମଧ୍ୟ ଲକଡାଉନ ବେଳେ ବାତ୍ୟା ଅମ୍ଫାନ୍ କୋଲକାତା ସମେତ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଆଣିଥିଲା। ଆଉ ସୁନ୍ଦରବାନ୍ ଅଞ୍ଚଳରେ ଅନେକ ନଷ୍ଟ କରିଦେଇଥିଲା କାରଣ ଅମ୍ଫାନ୍ ସୁନ୍ଦରବନ ଦେଇ ବାଂଲାଦେଶ ଆଡକୁ ପଳାଇଥିଲା।

Related Articles

Leave a Reply

Back to top button
error: Content is protected !!