କଣ୍ଟେନମେଣ୍ଟ ଜୋନ୍ ଗସ୍ତ କରି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
ଝାରସୁଗୁଡ଼ା: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ନଜରରେ ରଖି ପ୍ରଶାସନ କଡ଼ା ପଦକ୍ଷେପ ନେଉଛି। ଏହି ଅବସରରେ ଝାରସୁଗୁଡା ଜିଲ୍ଲାର କଣ୍ଟେନମେଣ୍ଟ ଅଞ୍ଚଳ ବୁଲି ଦେଖିଛନ୍ତି ଏସପି ଓ ଜିଲ୍ଲାପାଳ। ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ଏସପି ବିକାଶ ଚଂଦ୍ର ଦାସ ଆଜି ମିଳିତ ଭାବେ ଝାରସୁଗୁଡା ଓ ବ୍ରଜରାଜନଗରର କଣ୍ଟେନମେଣ୍ଟ ଜୋନ୍ ଗସ୍ତ କରି ସେଠି ରହୁଥିବା ଲୋକଙ୍କ ଅସୁବିଧା କୁ ବୁଝିଛନ୍ତି।
ଜିଲାପାଳଙ୍କ ସହିତ ଜିଲାର ଅନେକ ଅଫିସର ଏହି ଗସ୍ତରେ ସାମିଲ ଥିଲେ। କଣ୍ଟେନମେଣ୍ଟ ଜୋନ ଗସ୍ତ ପରେ ଜିଲାପାଳ ବ୍ରଜରାଜନଗର ଥାନାରେ ଗୋଟିଏ ସମୀକ୍ଷା ବୈଠକ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବଢ଼ୁଥିବା କରୋନା ସ୍ଥିତି ସମ୍ପର୍କରେ ମତ ରଖିଥିଲେ।
ଆଉ ଲୋକେ ନିୟମ ମାନିଲେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି। ଝାରସୁଗୁଡ଼ାରେ କୋବିଡ଼ ରୋଗୀଙ୍କର ସଂଖ୍ୟାକୁ କେମିତି କମ କରାଯିବ ଓ କେମିତି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଓ ଚିକିତ୍ସା ଦିଆଯିବ ତାର ବ୍ୟବସ୍ଥା କରଯାଇଛି। ସେଥିପାଇଁ 10ଜଣିଆ ଡାକ୍ତରୀ ଟିମ ଝାରସୁଗୁଡ଼ାରୁ ଆସି ବୁଝାବୁଝି କରିବା ସହ ହୋମ ଆଇସଲେସନରେ ରହୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଅବସରରେ ପୁଲିସ ପ୍ରଶାସନ କେମିତି କାମ କରିବେ ସେ ବିଷୟରେ ପୁଲିସ ଅଧିକ୍ଷକ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ।