ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ପାଇଁ ସହାୟତା ଯୋଗାଇଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ଭୁବନେଶ୍ୱର: କୋଭିଡର ଦ୍ୱିତୀୟ ଲହରର କିଭଳି ରାଜ୍ୟର ସ୍ୱାସ୍ଥ୍ୟସେବା ସୁଧୁରିବ ସେ ନେଇ ରାଜ୍ୟ ସରକାର ଅହରହ କାମ କରୁଛନ୍ତି। ତେବେ ଏହି ଲହରରେ ପଶ୍ଚିମ ଓଡ଼ିଶା ମଧ୍ୟ ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ପଶ୍ଚିମ ଓଡ଼ିଶାରେ କୋଭିଡ ମୁକାବିଲାକୁ ଜୋରଦାର କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଗେଇ ଆସିଛି। ଆଦି ପରିଷଦ 25 କୋଟି ଟଙ୍କା ଜିଲ୍ଲା ପ୍ରଶାସନକୁ ଦେଇଛି। ଏହି ଟଙ୍କା ଆବଶ୍ୟକ ସ୍ୱାସ୍ଥ୍ୟ ଉପକରଣ କିଣିବାରେ ସହାୟକ ହେବ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ।
Odisha�s Pandemic-mgt under the leadership of Hon CM has drawn appreciation of all.But the disease is dangerous & our battle will be prolonged. WODC resolves to strengthen the hands of the Dist admn by allocation Rs 25 crores for infra & urgent equipments @CMO_Odisha @IPR_Odisha
— chairmanwodc (@chairmanwodc) May 12, 2021