?????

ଘରକୁ ଫେରିଲେ ଅନୁପ ସାଏ, ରାଜନୀତିରେ ସକ୍ରିୟ ହେବେ କି?

ଝାରସୁଗୁଡା: ମା’ ଝିଅକୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଜାମିନ ପାଇ ଘରକୁ ଫେରିଛନ୍ତି। ଗତକାଲି ସେ ଛତିଶଗଡ ଜେଲରୁ ବାହାରି ନିଜ ଗାଁରେ ପହଁଚିଛନ୍ତି। ଏହି ସମୟରେ ଅନୁପ ସାଏଙ୍କୁ ତାଙ୍କ ସମର୍ଥକମାନେ ସ୍ବାଗତ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି।

ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିଥିଲେ ଜାମିନରେ ସେ ଆସିଛନ୍ତି। ଆଗାମୀ ଦିନରେ ସେ କଣ କରିବେ। ରାଜନୀତିରେ ସକ୍ରିୟ ହେବେ କି । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନୁପ ସାଏ କହିଛନ୍ତି, ମୁଁ କିଛି କହିବାକୁ ଚାହୁଁନାହିଁ। କୋର୍ଟଙ୍କ ବିଭିନ୍ନ ସର୍ତ୍ତ ରହିଛି। ହାଇକୋର୍ଟ ମୋତେ ଜାମିନ ପ୍ରଦାନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ସେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ବ୍ରଜରାଜନଗରର ଏହି ପୂର୍ବତନ ବିଧାୟକଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଯଦି ସେ ରାଜନୀତିରେ ସକ୍ରିୟ ହେବେ ତାହେଲେ ନିଜର ଏକ ସଂଗଠନ ତିଆରି କରିବେ ନା କୌଣସି ଦଳରେ ସାମିଲ ହେବେ ତାହା ଏବେ ବଡ ପ୍ରଶ୍ନ। ଅନ୍ୟପଟେ ଜଣେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ନେତାଙ୍କୁ କେଉଁ ଦଳ ସାମିଲ କରି ବିବାଦ ଘେରକୁ ଟାଣିହେବ ତାହା ମଧ୍ୟ ବଡ ପ୍ରଶ୍ନ।

ଉଲ୍ଲେଖଯୋଗ୍ଯ, ଗତ ୩ ତାରିଖରେ ବିଳାସପୁର ହାଇକୋର୍ଟରେ ଅନୁପଙ୍କ ଜାମିନ ଆବେଦନର ଶୁଣାଣି କରିଥିସେ। ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନାହିଁ। କେବଳ ଦୁଇଟି ଶବକୁ ପ୍ରଥମେ ଦେଖିଥିବା ବ୍ୟକ୍ତିଙ୍କର ଦୀର୍ଘ ୪ ବର୍ଷ ପରେ ବି ବୟାନ ରେକର୍ଡ କରିବା ତଦନ୍ତ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ହୋଇଛି ବୋଲି ଅନୁୁପ ସାଏଙ୍କ ଓକିଲ ପକ୍ଷ ରଖି କହିଥିଲେ।

ଅନୁପ ସାଏଙ୍କ ବିରୋଧରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଛତିଶଗଡର ରାୟଗଡ କୋର୍ଟ। ପରେ ଦଣ୍ଡାଦେଶରେ ଅନେକ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟରେ ବିଧାୟକ ଚ୍ୟାଲେଞ୍ଜ କରିଥିଲେ। ପରେ ହାଇକୋର୍ଟ ଅନୁପ ସାଏଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!