ଲାଞ୍ଚ ନେଉଥିଲେ ଲଖନପୁର ଜେଇ, ଗିରଫ କଲା ଭିଜିଲାନ୍ସ
ଝାରସୁଗୁଡ଼ା: ଭିଜିଲାନ୍ସ ହାତରେ କନିଷ୍ଠଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା ଧରା ପଡିଛନ୍ତି। ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ ବେହେରା ତାଙ୍କ ବିଲ ପାସ କରି ଦେବା ପାଇଁ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ।
ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁଯାୟୀ କଣ୍ଟ୍ରାକ୍ଟର ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଜୁନିୟର ଇଞ୍ଜିନିୟରଙ୍କୁ ଲାଞ୍ଚର ପ୍ରଥମ କିସ୍ତି ଭାବରେ ୨୫ ହଜାର ପ୍ରଦାନ କରିଥିଲେ। ଏହି ରାଶି କଣ୍ଟ୍ରାକ୍ଟର ନେବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେ ହାତରେ ଧରିଥିଲା। ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ପିସି ସଂଶୋଧନ ଅଧିନିୟମ ୨୦୧୮ ଅଧୀନରେ ଏହି ମାମଲାରେ ମାମଲା ଦାୟର କରିଛି ଏବଂ ଅଧିକ ତଦନ୍ତ ଚଳାଇଛି।
ଏହି ଚଢ଼ାଉରେ ଝାରସୁଗୁଡ଼ା, ରାଉରକେଲାର ଭିଜିଲାନ୍ସ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ସୁନ୍ଦରଗଡ଼ ମିଶନ ରୋଡ଼ରେ ଥିବା ବାସଭବନ ଓ ଲଖନପୁର ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରିଛନ୍ତି।