?????

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି -୨୦୨୧ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆରମ୍ଭ

ଝାରସୁଗୁଡା: ଶୁକ୍ରବାର ଝାରସୁଗୁଡା ସଂସ୍କୃତି ଭାବନ ଠାରେ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି -୨୦୨୧ ର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଙ୍କେଶ୍ଵର ଅମାତ ଦୀପ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲାର ପାଞ୍ଚୋଟି ବ୍ଲକର ସାଂସ୍କୃତିକ ଦଳମାନେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫିର ନିୟମ ଅନୁଯାୟୀ ତିନୋଟି ଦଳକୁ ଚୟନକରୀ ତାଙ୍କ ନାମକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ସୁପାରିସ କରାଯିବ। ଏହି ପ୍ରତିଯୋଗିତାରେ ଚାରି ଜଣିଆ ବିଚାରକ ମଣ୍ଡଳୀ ପ୍ରତିଯୋଗୀ ଚୟନ କରିଥିଲେ । ଏଥିରେ ଝାରସୁଗୁଡା ବ୍ଲକ ର ଦଳକୀ ସୁରଭି କଳା ପରିଷଦ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ, ଲାଇକେରା ବ୍ଲକ ର ତଳମୁଣ୍ଡା ଗ୍ରାମର ବୀଣାପାଣି କୀର୍ତନ ମଣ୍ଡଳୀ ଦ୍ଵିତୀୟ ସ୍ଥାନ ତଥା କୋଲାବିରା ବ୍ଲକ ର ସୋଡାମାଳ ଗ୍ରାମ ର ପରୀକ୍ଷିତ କୀର୍ତନ ମଣ୍ଡଳୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା ।

ଏହି ପ୍ରତିଯୋଗୀତାକୁ ଜିଲ୍ଲା କଳା ସଂସ୍କୃତିର ଉପସଭାପତି ସୁରଙ୍ଗ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ତଥା ବ୍ଲକର ଉପସଭାପତି ତଥା ତାଙ୍କ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।ବିଶିଷ୍ଟ କଳାପ୍ରେମୀ ତଥା ରେମଣ୍ଡା ଗୌଣ୍ଟିଆ ଜମିରୁଲ୍ଲାଃ ଖାନ ଉସ୍ତବ ରେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ। ଏହି ପ୍ରତିଯୋଗୀତାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଦାୟିତ୍ଵ ରେ ଥିବା ଡେପୁଟି କଲେକ୍ଟର ଶ୍ରୀ ଯୋଗେନ୍ଦ୍ର ମାଝି ସଂଚାଳନ ତଥା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Back to top button
error: Content is protected !!