ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିଷ୍ପତ୍ତିକୁ ଓଷ୍ଟାର ବିରୋଧ
ଭୁବନେଶ୍ୱର: ଆଗାମୀ ଦିନରେ ପୁଣି ଥରେ କୋଭିଡର ଆଶଙ୍କା ଏବଂ ସ୍ଲୁଲ ବନ୍ଦ ବାନ୍ଦ ହେବାର ସମ୍ବାବନାକୁ ଆଖି ଆଗରେ ରଖି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ 10ମ ଶ୍ରେଣୀ ପରୀକ୍ଷାରେ ମୂଲ୍ୟାୟନ ପ୍ରକ୍ରିୟାରେ ପରିଣତ କରିଥିଲା। ଏବେ ଏହି ମୂଲ୍ୟାୟନ ପ୍ରକ୍ରିୟାକୁ ବିରୋଧ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ।
ନୂଆ ନିୟମ ଅନୁଯାୟୀ ଏଥର ବୋର୍ଡ ପକ୍ଷରୁ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଓ 4ଟି ଗଠନମୂଳକ ମୂଲ୍ୟାୟନ ପାଇଁ ନିର୍ଦ୍ଧାରଣ କରାଯାଇଛି । ଯଦି ଏବେ ଯେମିତି କରୋନା ପାଇଁ ସ୍କୁଲରେ ପରୀକ୍ଷା ବନ୍ଦ ରହିଲା ସେମିତି ହେଲେ ଏହି ପରୀକ୍ଷାର ମୂଲ୍ୟାୟନକୁ ଆଧାର କରି ଛାତ୍ରଛାତ୍ରୀଙ୍କ ଚୂଡାନ୍ତ ମୂଲ୍ୟାୟନ ହେବ। ଏହି ପରୀକ୍ଷାରେ କିନ୍ତୁ ପ୍ରଥମେ ପରୀକ୍ଷାର୍ଥୀ 6 ମାସରେ ଅଧା ବିଷୟରେ ବୋର୍ଡ ପରୀକ୍ଷା ଦେବେ ଓ ଶେଷରେ ସଂପୂର୍ଣ୍ଣ ବିଷୟରେ ପରୀକ୍ଷା ଦେବେ । ଯାହାକୁ ଓଷ୍ଟା ବିରୋଧ କରିଛି । ଏହା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ବୋଝ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବୋର୍ଡ ଏପରି ନକରି କଲେଜରେ ହେଉଥିବା ସେମିଷ୍ଟାର ବ୍ୟବସ୍ଥାକୁ ଲାଗୁ କରୁ ଏବଂ ପ୍ରତି 6 ମାସରେ ପରୀକ୍ଷା କରି ଶେଷରେ ତାହାକୁ ଯୋଡ଼ି ଫଳ ପ୍ରକାଶ କରନ୍ତୁ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।